କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ଆଜି ଲାଲକିଲ୍ଲାରୁ ଏକ ବଡ଼ ଘୋଷଣା କରିଛନ୍ତି । ଦୀପାବଳିରେ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେବା ନେଇ ଘୋଷଣା କହିଛନ୍ତି । ଏଥର ଲୋକମାନେ ଦୁଇଗୁଣ ଦୀପାବଳି ଉପହାର ପାଇବେ ବୋଲି ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗତ ୮ ବର୍ଷ ମଧ୍ୟରେ ଆମେ GSTରେ ଏକ ବଡ଼ ସଂସ୍କାର କରିଛୁ । ଆମେ ସାରା ଦେଶରେ ଟିକସ ବୋଝ ହ୍ରାସ କରିଛୁ ।
ଆଉ ଏବେ ପୁଣି ଟିକସ କମାଇବା ଉପରେ ଚିନ୍ତା କରୁଛୁ । ଏନେଇ ଏକ ଉଚ୍ଚ କ୍ଷମତାସମ୍ପନ୍ନ ସମୀକ୍ଷା କମିଟି ଗଠନ କରି ସମୀକ୍ଷା ଆରମ୍ଭ କରିଛୁ । ଆମେ ରାଜ୍ୟଗୁଡ଼ିକ ସହିତ ମଧ୍ୟ ପରାମର୍ଶ କରିଛୁ । ଆମେ ପରବର୍ତ୍ତୀ ପିଢ଼ିର GST ସଂସ୍କାର ଆଣୁଛୁ । ଏହି ଦୀପାବଳିରେ ଏହା ଆପଣଙ୍କ ପାଇଁ ଏକ ଉପହାର ହେବ । ସାଧାରଣ ଲୋକଙ୍କ ଆବଶ୍ୟକତା ଉପରେ ଟିକସ ବହୁ ପରିମାଣରେ ହ୍ରାସ ପାଇବ । MSME, କ୍ଷୁଦ୍ର ଶିଳ୍ପଗୁଡ଼ିକୁ ଏକ ବଡ଼ ଲାଭ ମିଳିବ ଏବଂ ଦୈନନ୍ଦିନ ଜିନିଷଗୁଡ଼ିକ ବହୁତ ଶସ୍ତା ହୋଇଯିବ । ଏଥିରୁ ଅର୍ଥନୀତିକୁ ମଧ୍ୟ ଏକ ନୂତନ ପ୍ରୋତ୍ସାହନ ମିଳିବ ।'
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/15/21-2025-08-15-09-33-20.jpg)