କନକ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେପିର ସାଂସଦମାନଙ୍କ ପାଇଁ ସଂସଦରେ କର୍ମଶାଳା ଆୟୋଜିତ ହୋଇଛି । ଆଜି ଅପରାହ୍ନରେ ସାଂସଦମାନେ ପୁନର୍ବାର ବୈଠକରେ ବସିଥିଲେ , ସଂସଦ କାର୍ମଶାଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ ଧାଡ଼ିରେ ବସି ସାଂସଦମାନଙ୍କ ସହ ଆଲୋଚନା କରିଥିଲେ ଏବଂ ନିଜ ଅଭିଜ୍ଞତା ବାଣ୍ଟିଥିଲେ । ପ୍ରସ୍ତାବ ଜାରି କରି ପ୍ରଧାନମନ୍ତ୍ରୀଙ୍କୁ ଜିଏସଟି ହାର ହ୍ରାସ ପାଇଁ ପ୍ରଶଂସା କରାଯାଇଥିଲା । ଯେଉଁଠାରେ ଏନ୍‌ଡିଏ ସାଂସଦମାନେ ମଧ୍ୟ ଚା’ ପାଇଁ ଯୋଗଦେବେ । ପଞ୍ଜାବ ଓ ଅନ୍ୟ ଅଞ୍ଚଳରେ ବନ୍ୟା ହେତୁ ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସହ ଆୟୋଜିତ ରାତ୍ରିଭୋଜନ ବାତିଲ ହୋଇଛି ।

ବିଜେପି କର୍ମଶାଳା,ସାଂସଦଙ୍କୁ ମୋଦୀଙ୍କ ମନ୍ତ୍ର

Advertisment

ସାଙ୍ଗଠନିକ ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନ ଉପରେ ଆଲୋଚନା
ସାଂସଦଙ୍କ ସହ ଅଭିଜ୍ଞତା ବାଣ୍ଟିଲେ ପ୍ରଧାନମନ୍ତ୍ରୀ
ବୈଠକରେ ନିର୍ବାଚନୀ ରଣନୀତି ଓ ପ୍ରଚାର ଯୋଜନା ଉପରେ ଗୁରୁତ୍ୱ
ଏନ୍‌ଡିଏ ମେଣ୍ଟ ସହଯୋଗୀଙ୍କ ସହ ସମନ୍ୱୟ ରକ୍ଷା ପାଇଁ ନିର୍ଦ୍ଦେଶ
ସହର, ଗାଁ, ନକ୍ସଲ ଅଞ୍ଚଳ, ଉପକୂଳ ଓ ପାର୍ବତ୍ୟାଞ୍ଚଳ ଅନୁଯାୟୀ ସାଂସଦଙ୍କୁ ଦିଆଗଲା ଦାୟିତ୍ବ 
ସୋସିଆଲ ମିଡିଆର ରଣନୀତି ଉପରେ ମତ ରଖିଲେ ତେଜସ୍ୱୀ ସୂର୍ଯ୍ୟ
ମହିଳା ସଶକ୍ତୀକରଣ ଉପରେ ମତ ରଖିଥିଲେ ସାଂସଦ ସଙ୍ଗୀତା ଯାଦବ
ପ୍ରାର୍ଥୀ ଚୟନ ପାଇଁ ଦଳୀୟ ନେତାଙ୍କ ମୋଦୀଙ୍କ ଆଲୋଚନା
ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ଆଲୋଚନା