ଫେବୃଆରୀ ୧୩ରେ ହୋଇପାରେ ମୋଦୀ-ଟ୍ରମ୍ପ ଭେଟ୍‌ଘାଟ : ସାକ୍ଷାତ ଉପରେ ରହିଛି ସାରା ବିଶ୍ବର ନଜର

Advertisment

ଆସନ୍ତା  ୧୩ ଫେବୃଆରୀରେ ହୋଇପାରେ ଆମେରିକା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ। ଏନେଇ କେବଳ ଔପଚାରିକ ଘୋଷଣାକୁ ବାକି ରହିଛି। ଆସନ୍ତା ୧୨ ତାରିଖରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ୧୨ ସଂଧ୍ୟାରେ ୱାସିଂଟନରେ ପହଞ୍ଚିବେ  ଓ ୧୪ ତାରିଖ ପର୍ଯ୍ୟନ୍ତ ସେ ସେଠାରେ ରହିବେ  । 

trump 67

trump 67 Photograph: (KanakNews )

କନକବ୍ୟୁରୋ :  ଆସନ୍ତା  ୧୩ ଫେବୃଆରୀରେ ହୋଇପାରେ ଆମେରିକା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ। ଏନେଇ କେବଳ ଔପଚାରିକ ଘୋଷଣାକୁ ବାକି ରହିଛି । ଆସନ୍ତା ୧୨ ତାରିଖରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ୧୨ ସଂଧ୍ୟାରେ ୱାସିଂଟନରେ ପହଞ୍ଚିବେ  ଓ ୧୪ ତାରିଖ ପର୍ଯ୍ୟନ୍ତ ସେ ସେଠାରେ ରହିବେ  । 

ଏହି ଗସ୍ତ ଭିତରେ ୧୩ ତାରିଖରେ ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି ।  ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଉଭୟ ନେତାଙ୍କ ସାକ୍ଷାତ ଉପରେ ସାରା ବିଶ୍ବର ନଜର ରହିଥିଲା । ଏବେ ଏହି ସାକ୍ଷାତ ୱାସିଂଟନରେ ହେବାର ସମ୍ଭାବନା ରହିଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ ସମ୍ପର୍କ ନେଇ ଆଲୋଚନା ହୋଇପାରେ । 

କିଛିଦିନ ତଳେ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନରେ କଥା ହୋଇଥିଲେ ।  ପରେ ଏକ୍ସରେ ଏକ ପୋଷ୍ଟ କରି ଲେଖିଥିଲେ, ଦୁଇ ନେତା ବିଶ୍ବ ଶାନ୍ତି, ସୁରକ୍ଷା ଓ ସମୃଦ୍ଧି ଉପରେ ଆଲୋଚନା କରିଥିଲେ। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ  ଟ୍ରମ୍ପକୁ ଫୋନ କରି ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe