କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୧-୨୨ ରେ କୁଏତ ଗସ୍ତ କରିବେ । ଗତ ୪୩ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କୁଏତ ଗସ୍ତ । ଭାରତ କୁଏତର ଅନ୍ୟତମ ପ୍ରମୁଖ ବାଣିଜ୍ୟ ସହଯୋଗୀ । ଭାରତୀୟ ସମ୍ପ୍ରଦାୟ କୁଏତର ସବୁଠାରୁ ବଡ଼ ପ୍ରବାସୀ ସମ୍ପ୍ରଦାୟ । ଏହି ଗସ୍ତ ଭାରତ ଓ କୁଏତ ମଧ୍ୟରେ ବହୁମୁଖୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରିବ । ନିକଟରେ କୁଏତର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଅଲ୍ଲୀ ଅଲ୍ ୟାହିୟା ଭାରତ ଗସ୍ତରେ ଆସିଥିଲେ । ସେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ ଭାରତ ଏବଂ କୁଏତ ମଧ୍ୟରେ ବହୁମୁଖୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ । ସହଯୋଗକୁ ଆହୁରି ବଢ଼ାଇବା ପାଇଁ ବୁଧବାର ଦୁଇ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଅନୁଯାୟୀ ବୈଦେଶିକ ମନ୍ତ୍ରୀସ୍ତରରେ ଏକ ଯୁଗ୍ମ ସହଯୋଗ ଆୟୋଗ ଗଠନ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା । କୁଏତରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଆକାର ପ୍ରାୟ ୧ ନିୟୁତ, ୨୦୨୧ରେ ଦୁଇ ଦେଶ ମଧ୍ୟରେ ଶ୍ରମିକଙ୍କ ଗମନାଗମନ ପାଇଁ ଏକ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯେଉଁଥିରେ ଘରୋଇ ଶ୍ରମିକ ନିଯୁକ୍ତି ସମ୍ପର୍କିତ ଥିଲା ।
ଡିସେମ୍ବର ୨୧ରେ ଦୁଇ ଦିନିଆ କୁଏତ ଯିବେ ଯିବେ ମୋଦୀ । ୪୩ ବର୍ଷରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୧-୨୨ ରେ କୁଏତ ଗସ୍ତ କରିବେ । ଗତ ୪୩ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କୁଏତ ଗସ୍ତ । ଭାରତ କୁଏତର ଅନ୍ୟତମ ପ୍ରମୁଖ ବାଣିଜ୍ୟ ସହଯୋଗୀ ।
/kanak/media/media_files/2024/12/19/PybbzwTuP0wD1CFtjckM.jpg)