କନକ ବ୍ୟୁରୋ: ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଉ ଜନତା ମୈଦାନ ମଞ୍ଚରୁ ନାଁ ନନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ । ସେ କହିଛନ୍ତି, ଓଡ଼ିଶାରେ ଦଶକ ହେବ ଅନେକ ସମସ୍ୟାରେ ଥିଲା । ଗରିବ, ଚାଷୀଙ୍କୁ ତାଙ୍କ ହକ୍ ମିଳୁନଥିଲା । ଓଡ଼ିଶାର ଇନଫାଷ୍ଟ୍ରକ୍ଚର ବେହାଲ ଥିଲା । ଓଡ଼ିଶାର ଅନେକ ସ୍ଥାନ ବିକାଶରେ ପଛରେ ପଡ଼ିଥିଲା । ଏମିତି ଅନେକ ସମସ୍ୟାର ସମାଧାନ ଗତ ଏକ ବର୍ଷ ହେବ ବିଜେପି ସରକାର କରୁଛି । ବିକାଶର ଡବଲ ଇଞ୍ଜିନର ଫାଇଦା ଦେଖାଯାଉଛି । ଏଠାରେ ଯେଉଁ ହଜାର କୋଟି ପ୍ରୋଜେକ୍ଟର ଶିଳାନ୍ୟାସ ହେଉଛି ସେଥିରେ ଡବଲ ଇଞ୍ଜିନର ଛାପ ଅଛି । ଡବଲ ଇଞ୍ଜିନ ଡବଲ ଫାଇଦା ଦେଉଛି । ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ପରିବାର ଆୟୁଷ୍ମାନ ଯୋଜନାରୁ ବାହାରେ ଥିଲେ । ଆଜି ଆୟୁଷ୍ମାନ ଭାରତ ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଭଳି ଦୁଇଟା ଇଞ୍ଜିନ ଏଠି ଚାଲୁଛି । ଫଳରେ ୩ କୋଟି ଲୋକଙ୍କୁ ମାଗଣା ଚିକିତ୍ସା ମିଳିବ । ଓଡ଼ିଶାରେ ବାହାରେ ରହୁଥିବା ଲୋକ ମାଗଣା ଚିକିତ୍ସା ସୁବିଧା ପାଇବେ । 

Advertisment

ପ୍ରଥମେ ଓଡ଼ିଶାର ଚାଷୀଙ୍କ କିଷାନ ସମ୍ମାନ ନିଧିର ଫାଇଦା ମିଳି ପାରୁନଥିଲା । ଆଉ ଏବେ ଚାଷୀଙ୍କୁ କେନ୍ଦ୍ର ଓ ରାଜ୍ୟର ଡବଲ ସୁବିଧା ମିଳୁଛି । କେନ୍ଦ୍ର ଏମିତି ଅନେକ ସୁବିଧା ପ୍ରଥମେ ଓଡ଼ିଶାକୁ ମିଳୁନଥିଲା ଆଜି କେନ୍ଦ୍ର, ରାଜ୍ୟ ଦୁଇ ସରକାରଙ୍କଠାରୁ ଲାଭ ପାଉଛନ୍ତି ଚାଷୀ । ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହେଉଛି । 

ସେ ନିଜ ଭାଷଣରେ କହିଥିଲେ, ୨୦ ଜୁନ ଓଡ଼ିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ଦିନ ବିଜେପି ପ୍ରଥମଥର ଓଡ଼ିଶାରେ ସଫଳତାର ସହ ଗୋଟିଏ ବର୍ଷ ପୂରଣ କରିଛି । ଏହା କେବଳ ସରକାରଙ୍କ ନୁହେଁ ବରଂ ସୁଶାସନ ସ୍ଥାପନର ବର୍ଷ । ଏହି ଗୋଟିଏ ବର୍ଷ ଜନ ସେବା ଓ ଜନ ବିଶ୍ୱାସକୁ ସମର୍ପିତ । ମୁଁ ଓଡ଼ିଶା ଜନସଧାରଣଙ୍କୁ ହୃଦୟଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ମୁଖ୍ୟମନ୍ତ୍ରୀ ଆଉ ତାଙ୍କ ପୂରା ଟିମକୁ ଶୁଭେଚ୍ଛା ଜଣାଉଛି । ସେମାନେ ଭଲ କାମ କରି ଓଡ଼ିଶା ବିକାଶକୁ ନୂଆ ଗତି ଦେଇଛନ୍ତି ।