ଟ୍ରମ୍ପଙ୍କ ଫୋନ୍ ମୋଦୀ ଉଠାଇ ନଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ନୂଆଦିଲ୍ଲୀ : ଜର୍ମାନ ଖବରକାଗଜର ପ୍ରକାଶିତ ରିପୋର୍ଟକୁ ନେଇ ଚର୍ଚ୍ଚା

ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା  ଶୁଳ୍କ ବିବାଦ ବାବଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚାରିଥର ଫୋନ୍ କରିଥିଲେ, କିନ୍ତୁ ମୋଦୀ ଫୋନ୍ ରିସିଭ କରିନଥିଲେ ବୋଲି ଜର୍ମାନ ସମ୍ବାଦପତ୍ର ଏଫଏଜେଡ୍  ଦାବି କରିଛି

73

Photograph: (kanaknews)

କନକବ୍ୟୁରୋ : ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା  ଶୁଳ୍କ ବିବାଦ ବାବଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚାରିଥର ଫୋନ୍ କରିଥିଲେ, କିନ୍ତୁ ମୋଦୀ ଫୋନ୍ ରିସିଭ କରିନଥିଲେ ବୋଲି ଜର୍ମାନ ସମ୍ବାଦପତ୍ର ଏଫଏଜେଡ୍  ଦାବି କରିଛି  ।  ଜର୍ମାନ ଖବରକାଗଜ ଏଫଏଜେଡ୍  ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ ବୋଲି ଦାବି କରିବା ପରେ, ଚର୍ଚ୍ଚା ବୃଦ୍ଧି ପାଇଛି  ।  ଏହି ରିପୋର୍ଟ  ଅନୁଯାୟୀ, ଶୁଳ୍କ ବିବାଦକୁ ନେଇ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୪ ଥର ଫୋନ କରିଥିଲେ ବି ମୋଦୀ ଉଠାଇନଥିଲେ ।  ତେବେ ଆମେରିକା କିମ୍ବା ଭାରତ ସରକାର ଏହି ପ୍ରସଙ୍ଗରେ ଆନୁଷ୍ଠାନିକ ଭାବରେ କିଛି କହିନାହାଁନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe