କନକବ୍ୟୁରୋ : ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା  ଶୁଳ୍କ ବିବାଦ ବାବଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚାରିଥର ଫୋନ୍ କରିଥିଲେ, କିନ୍ତୁ ମୋଦୀ ଫୋନ୍ ରିସିଭ କରିନଥିଲେ ବୋଲି ଜର୍ମାନ ସମ୍ବାଦପତ୍ର ଏଫଏଜେଡ୍  ଦାବି କରିଛି  ।  ଜର୍ମାନ ଖବରକାଗଜ ଏଫଏଜେଡ୍  ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ ବୋଲି ଦାବି କରିବା ପରେ, ଚର୍ଚ୍ଚା ବୃଦ୍ଧି ପାଇଛି  ।  ଏହି ରିପୋର୍ଟ  ଅନୁଯାୟୀ, ଶୁଳ୍କ ବିବାଦକୁ ନେଇ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୪ ଥର ଫୋନ କରିଥିଲେ ବି ମୋଦୀ ଉଠାଇନଥିଲେ ।  ତେବେ ଆମେରିକା କିମ୍ବା ଭାରତ ସରକାର ଏହି ପ୍ରସଙ୍ଗରେ ଆନୁଷ୍ଠାନିକ ଭାବରେ କିଛି କହିନାହାଁନ୍ତି।