ମୋଦୀ ଦୋହରାଇଲେ ଅପରେସନ୍ ସିନ୍ଦୂର କଥା ; କହିଲେ, ସଫଳତାର ପ୍ରତିଶ୍ରୁତି ପୂରଣ କରିଛନ୍ତି ଭାରତୀୟ ଯବାନ

ବାରାଣସୀରେ ଜନସଭାରେ ପ୍ରଧାନମନ୍ତ୍ରୀ ଦୋହାରାଇଲେ ଅପରେସନ ସିନ୍ଦୂର କଥା । ସଫଳତାର ସହ ପ୍ରତିଶ୍ରୁତି ପୂରଣ ହୋଇଛି । ଅଭିଯାନ ମହାଦେବଙ୍କୁ ସମର୍ପିତ ଥିଲା । କୋମାରେ ପାକିସ୍ତାନ ଏୟାରବେସ୍

57

କନକ ବ୍ୟୁରୋ: ପହଲଗାମ୍ ପ୍ରତିଶୋଧର ପ୍ରତିଶ୍ରୁତି ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ ଅବସରରେ ଏକ ଜନସଭାକୁ ସମ୍ୱୋଧନ କରିଛନ୍ତି । 

ମୋଦୀ କହିଛନ୍ତି, ’ଅପରେସନ ସିନ୍ଦୂର ପରେ ମୁଁ ପ୍ରଥମ ଥର ପାଇଁ କାଶୀ ଆସିଛି । ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ବହୁତ ଦୁଃଖ ହୋଇଥିଲା । ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିଲା । ଏଭଳି ଦୁଃଖକୁ ସହିବା ପାଇଁ ଶକ୍ତି ଦେବାକୁ ମୁଁ ବାବା ବିଶ୍ୱନାଥଙ୍କୁ ପ୍ରାର୍ଥନା କରୁଥିଲି  ।  ଅପରେସନ ସିନ୍ଦୂର କାଶୀର ବାବା ବିଶ୍ୱନାଥଙ୍କୁ ସମର୍ପିତ ଥିଲା । ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ସଫଳ ହୋଇଛି । ପାକିସ୍ତାନ ଓ ପାକିସ୍ତାନ ଅଧୀକୃତ କାଶ୍ମୀରରେ ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଛି । ଶତାଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି । ଅପରେସନ୍ ମହାଦେବରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ମୁସା ସମେତ ତିନିଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe