କନକ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ହେବେ ସାମିଲ । ୪ଟି ଚିତାକର୍ଷକ ପ୍ରଦର୍ଶନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଆଜି ଓଡ଼ିଶା ଆସିବା ପୂର୍ବରୁ ମୋଦୀ ଗତକାଲି ଟୁଇଟ କରିଛନ୍ତି । ଅନ୍ତିମ ଦିନରେ ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶା ବାବଦରେ ନିଜ ଅନୁଭୂତି ପ୍ରବାସୀଙ୍କ ସହ ବାଂଟିବେ । ପ୍ରାୟ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅତିଥିଙ୍କ ଚର୍ଚ୍ଚା ପାଇଁଟ୍ଟ
- ରହିବା ପାଇଁ ପୁରୀ, କଟକ, ଭୁବନେଶ୍ବରରେ ହୋଟେଲ ବୁକ ହୋଇଛି
- ହୋମ ଷ୍ଟେ’ ବୁକ୍ କରିଥିବା ପ୍ରବାସୀଙ୍କୁ ଓଡ଼ିଆ ଚଳଣୀର ଅନୁଭୂତି ମିଳିବ
- ଓଡ଼ିଆଙ୍କ ଘରେ ରହିବେ, ଓଡ଼ିଆ ପରଷା ଖାଇବେ ଅତିଥି
- ପଟିଆ ଅଞ୍ଚଳର ସ୍ୟାଣ୍ଡ ପେବେଲ୍ସ ହୋମ୍ ଷ୍ଟେ’ର ବ୍ୟବସ୍ଥା ହୋଇଛି
- ୪ଟି ରୁମ୍ ଥିବା ଘରେ ପ୍ରବାସୀ ଭାରତୀୟଙ୍କୁ ସ୍ବତନ୍ତ୍ର ସୁବିଧା ମିଳିବ
- ଘର ଭଳି ଡାଇନିଂ ହଲ୍, ଡ୍ରଇଂ ରୁମ୍, କିଚେନ୍, ବାଲ୍କୋନୀ ସବୁ ରହିଛି
- ଓଡ଼ିଶାର ୨୧ ପର୍ଯ୍ୟଟନସ୍ଥଳୀକୁ ଅତିଥିଙ୍କୁ ନିଆଯିବ
- ଆଦିବାସୀ ମେଳା, ଚିଲିକା ଉତ୍ସବ ବୁଲି ଦେଖିବେ ପ୍ରବାସୀ
- ଉତ୍ସବକୁ ଆକର୍ଷଣୀୟ କରିବାକୁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ
- ରାଜ୍ୟ ସଂଗ୍ରହାଳୟରେ ନୂଆ ଗ୍ୟାଲେରୀରେ ତାଳପତ୍ର ପୋଥିରେ ଲିଖିତ ରାମାୟଣ ଦେଖିବେ ପ୍ରବାସୀ
- ମ୍ୟୁଜିୟମରେ ନେଇପାରିବେ ଓଡ଼ିଶାର ପାରମ୍ପରିକ ପିଠା ଓ ମିଠାର ମଜା
ସୁରକ୍ଷ୍ୟ ବ୍ୟବସ୍ଥା କଡାକଡି
ସମ୍ମଳନୀ ହେବାକୁ ଥିବା ଜନତା ମଇଦାନ ସଜେଇ ହୋଇଛି
କାର୍ଯ୍ୟକ୍ରମ ସ୍ଥଳୀର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା
କାର୍ଯ୍ୟକ୍ରମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଖୋଦ୍ ପୋଲିସ୍ ଡିଜି
ଯଦି ଆତଙ୍କବାଦୀ ଆକ୍ରମଣ ହୁଏ ପ୍ରତିହତ ପାଇଁ ରହରସାଲ ରହିଛି
କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କସରତ ଚଳାଇଛି ପୂରା ସରକାରୀ କଳ
କଡ଼ା ସୁରକ୍ଷା ବ୍ୟବସ୍ଥା ସହ ୮ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ
ଏଥିସହ ୧୧ କଂପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)