କାଲି ଓଡିଶା ଆସୁଛନ୍ତି ମୋଦୀ ,ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା

Advertisment

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ।

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ।

modi 1

କନକବ୍ୟୁରୋ:ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବାରୁ ବିପୁଳ ଜନସମାଗମ ହେବାର ଆଶଙ୍କା ରହିଛି  । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଲୋକଙ୍କ ଯିବା ଆସିବା ଓ ପାର୍କିଂ ପାଇଁ କଟକଣା ଜାରି କରିଛି ପୋଲିସ  । ସକାଳ ୭ଟା ୩୦ରୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ କଟକଣା ଲାଗୁ ହୋଇଛି । 

ତେବେ ଜାଣନ୍ତୁ କଣ ରହିଛି ସୁରକ୍ଷାକୁ ନେଇ କଟକଣା 

ମୋଦୀଙ୍କ ଗସ୍ତ ପାଇଁ ଟ୍ରାଫିକ୍ କଟକଣା 
ଜୟଦେବ ବିହାରରୁ ନାଲକୋ ଛକ ରାସ୍ତା ଓ ଏହାର ଗଳି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିବ
କ୍ରାଉନ୍ ହୋଟେଲ ଓ ଆଚାର୍ୟ୍ୟ ବିହାରଠାରୁ ସର୍ଭିସ ରାସ୍ତାରେ ଗାଡ଼ି ଜୟଦେବବିହାର ଆଡକୁ ଯିବନି

ନନ୍ଦନକାନନରୁ ଜୟଦେବବିହାର ଯାଉଥିବା ଗାଡ଼ି ଡମଣା ଛକରୁ ବାମ ମୋଡ଼ ନେଇ ଗୁରୁ କେଳୁ ଚରଣ ପାର୍କକୁ ଯିବ ,ସେଠାରୁ ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ୟ୍ୟ ବିହାରକୁ ଯାଇପାରିବ
ଶିଖରଚଣ୍ଡିରୁ ପଥର ଗାଡ଼ିଆ ଦେଇ ଡିଏନ୍‌ ସ୍କୁଲଠାରେ ବାହାରି କଳିଙ୍ଗ ଷ୍ଟୁଡିଓ ଛକ ଦେଇ ଫାୟାର ଷ୍ଟେସନ୍ ଛକରେ ପହଂଚିବେ

ଜୟଦେବ ବିହାରରୁ ନନ୍ଦନକାନନ ଯାଉଥିବା ଗାଡ଼ି ଆଚାର୍ଯ୍ୟବିହାର ପଟେ ସୈନିକ ସ୍କୁଲ ଦେଇ ଗୁରୁ କେଳୁ ଚରଣ ପାର୍କ ପଟେ ଡମଣା ଛକରେ ବାହାରିବେ
ଫାୟାର ଷ୍ଟେସନ୍ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ରାସ୍ତାରେ ଡିଏନ୍‌ ସ୍କୁଲରୁ ପଥରଗାଡ଼ିଆ ଦେଇ ଶିଖରଚଣ୍ଡିରେ ବାହାରିପାରିବେ
ବେହେରାସାହି ପଟୁ ଜୟଦେବ ବିହାର ଆଡକୁ ଯାଉଥିବା ଗାଡ଼ି ଆଚାର୍ଯ୍ୟ ବିହାର  କିମ୍ବା ସିଆରପି ଛକ ହୋଇ ଯାଇପାରିବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe