କନକବ୍ୟୁରୋ : ଆଉ ମାତ୍ର ଗୋଟିଏ ରାତିର ଅପେକ୍ଷା । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ପୋଲିସ ଡିଜି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ରାଜ୍ୟ ବିଜେପି ନେତୃତ୍ବଙ୍କ ସହ ରୁଦ୍ଧଦ୍ବାର ବୈଠକ କରିବେ ମୋଦୀ  । ୬ ମାସ ଶାସନର ହିସାବ ନେବା ସହ ସଙ୍ଗଠନ ବାବଦରେ ୱାନ-ଟୁ-ୱାନ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।  ପୋଲିସ ଡିଜି ସମ୍ମିଳନୀ ପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ ୪ଟା ୨୫ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ 

Advertisment

 ବିମାନବନ୍ଦରରେ ସଂକ୍ଷିପ୍ତରେ ନିଜର ଉଦବୋଧନ ରଖି ସିଧା ରାଜଭବନ ଯିବେ ।  କିଛି ସମୟର ବିଶ୍ରାମ ପରେ ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବେ ମୋଦୀ। ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ପ୍ରଥମଥର ପାଇଁ ଦଳୀୟ କାର୍ଯ୍ୟାଳୟକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦୀଙ୍କୁ ଭବ୍ୟ ସ୍ବାଗତ ପାଇଁ ସଜେଇ ହୋଇଛି ବିଜେପି ରାଜ୍ୟ କାର୍ଯ୍ୟାଳୟ। ବିଜେପି ନେତା ଓ କର୍ମୀଙ୍କ ଉତ୍ସାହ ମଧ୍ୟ ଦ୍ବିଗୁଣିତ ହୋଇଛି। ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବେ। ତା ପୂର୍ବରୁ ସମସ୍ତ ଦଳୀୟ ବିଧାୟକ, ସାଂସଦଙ୍କୁ ପାର୍ଟି ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଦଳୀୟ କାର୍ଯ୍ୟାଳୟରେ ରାଜ୍ୟର ଶୀର୍ଷ ନେତୃତ୍ବଙ୍କ ସହ ବୈଠକ ପରେ ରାତ୍ରୀଭୋଜନ କରି ରାଜଭବନ ଫେରିବେ ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ସୁରକ୍ଷାବଳୟ ଭିତରେ ରଖାଯାଇଛି ।