କନକ ବ୍ୟୁରୋ: ରାଉରେକାଲୁ ଝାଡଖଣ୍ଡ ଉପରେ ଆଖି । ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ନଭେମ୍ବର ୧୫ ତାରିଖରେ ରାଉରକେଲା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ଗ୍ରସ୍ତରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ଜନଜାତି ଗୌରବ ଦିବସ ଅବସରରେ ରାଉରକେଲା ଗସ୍ତ କରିବେ। ସେହିଦିନ ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି  ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ ୪୫୦ଟି ପ୍ରାଥମିକ ସ୍କୁଲ ହଷ୍ଟେଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦିନ ୧୧ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟରରେ ରାଉରକେଲା ଯିବେ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଝାଡଖଣ୍ଡରେ ନଭେମ୍ୱର ୧୩ ଓ ୨୦ରେ ନିର୍ବାଚନ ହେବ । ଆଉ ୨୦ ତାରିଖ ନିର୍ବାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରାଉରକେଲା ଗସ୍ତ ଝାଡଖଣ୍ଡରେ ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଛି ବୋଲି ଚର୍ଚ୍ଚା ହେଉଛି ।