ଆସୁଛନ୍ତି ମୋଦୀ : ଗସ୍ତ ପୂର୍ବରୁ ବିମାନବନ୍ଦରରୁ କାରକେଡ ରିହର୍ସାଲ । ମଝିରେ ପଶିଗଲା ଟ୍ରାକ୍ଟର

Advertisment

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ବରରେ ହେବାକୁଥିବା ଡିଜି ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ମୋଦୀଙ୍କ ଗସ୍ତ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଶୁକ୍ରବାର ଅପରାହ୍ଣ ୪ଟା ୨୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏହାପରେ ସିଧାସଳଖ କାର୍ଯ୍ୟକ୍ରମ ସ୍ଥଳକୁ ଯିବେ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ବରରେ ହେବାକୁଥିବା ଡିଜି ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ମୋଦୀଙ୍କ ଗସ୍ତ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଶୁକ୍ରବାର ଅପରାହ୍ଣ ୪ଟା ୨୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏହାପରେ ସିଧାସଳଖ କାର୍ଯ୍ୟକ୍ରମ ସ୍ଥଳକୁ ଯିବେ

=-

କନକବ୍ୟୁରୋ : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ବରରେ ହେବାକୁଥିବା ଡିଜି ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ମୋଦୀଙ୍କ ଗସ୍ତ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଶୁକ୍ରବାର ଅପରାହ୍ଣ ୪ଟା ୨୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏହାପରେ ସିଧାସଳଖ କାର୍ଯ୍ୟକ୍ରମ ସ୍ଥଳକୁ ଯିବେ । ସନ୍ଧ୍ୟା ୫ଟା ୧୫ରେ ରାଜଭବନରେ ପହଞ୍ଚିବା ପରେ ସନ୍ଧ୍ୟା ସାଢ଼େ ୬ଟାରେ ବିଜେପି ରାଜ୍ୟ ମୁଖ୍ୟାଳୟ ଯିବେ ମୋଦୀ ।

ସେଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ। ପରେ ରାତି ୮ଟା ୩୫ରେ ବିଜେପି ରାଜ୍ୟ କାର୍ଯ୍ୟଳୟରୁ ବାହାରି ୮ଟା ୪୫ରେ ରାଜଭବନ ଚାଲିଯିବେ। ରାଜଭବନରେ ରାତ୍ରଯାପନ ପରେ ଶନିବାର ସକାଳେ ୮ଟା ୨୫ରେ ଲୋକସେବା ଭବନ ଯିବେ। ଏହାରି ଭିତରେ ଆରମ୍ଭ ହୋଇଛି ଭୁବନେଶ୍ୱରରେ ରିହର୍ରସାଲ । ରିହଲସାଲ ମଝିରେ ଟ୍ରାକ୍ଟର ପଶିଥିବା ବେଳେ ରିହର୍ରସାଲ ମଝିରୁ ଟ୍ରାକ୍ଟରକୁ ହଟାଇଛି ପୋଲିସ । ଠେଲି ଠେଲି ରାସ୍ତାରୁ ହଟାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । 


ସକାଳ ସାଢ଼େ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଡିଜି ଓ ଆଇଜି ସମ୍ମିଳନୀରେ ସାମିଲ ହେବେ। ଆଉ ୮ଟାରେ ରାଭଜବନ ଫେରିବା ପରେ ସେଠାରେ ରାତ୍ରଯାପନ କରିବେ। ରବିବାର ମଧ୍ୟ ସକାଳ ୮ଟା ୨୫ରୁ ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ଡିଜି ଓ ଆଇଜି ସମ୍ମିଳନୀରେ ଯୋଗଦେବେ ମୋଦୀ। ଏହାପରେ ଅପରାହ୍ଣ ୪ଟା ୪୫ରେ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ। ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଗସ୍ତର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଜାରି ହୋଇଛି। ଅପରାହ୍ଣ ଗୋଟାଏ ୨୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ଶାହା । ଏହାପରେ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ୫୦ ପର୍ଯ୍ୟନ୍ତ ଡିଜିପି ଓ ଆଇଜିପି ସମ୍ମିଳନୀରେ ସାମିଲ ହେବେ। ଶନିବାର ଓ ରବିବାର ମଧ୍ୟ ସମ୍ମିଳନୀରେ ଯୋଗଦେବେ ଅମିତ ଶାହା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe