କନକ ବ୍ୟୁରୋ : ଟ୍ରମ୍ପଙ୍କ ଟାରଫ୍‌ ଧମକ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ବୟାନ । ଟ୍ରମ୍ପଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଆମ ପାଇଁ କୃଷକଙ୍କ ହିତ ସର୍ବୋଚ୍ଚ ପ୍ରାଥମିକତା । ଚାଷୀଙ୍କ ସ୍ବାର୍ଥ ପାଇଁ କୌଣସି ବୁଝାମଣା ହେବ ନାହିଁ । ଚାଷୀଙ୍କୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ମତ୍ସ୍ୟଜୀବୀ, ଗୋପାଳକଙ୍କ ହିତକୁ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିପାଇଁ ବଡ଼ ମୂଲ୍ୟ ଦେବା ପଡ଼ିବ ବୋଲି ଜଣାଅଛି । ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପୂର୍ବ ଘୋଷଣା ଅନୁସାରେ ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ ହୋଇଛି । ଅଗଷ୍ଟ ୨୭ରୁ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲାଗୁ ହେବ । ଆମେରିକା କହିଛି, ଋଷରୁ ଭାରତ ତେଲ ଆମଦାନୀ କରୁଥିବାରୁ ଜବାବରେ ଏଭଳି ନିଷ୍ପତ୍ତି ନିଆଯାଇଛି ।