କନକ ବ୍ୟୁରୋ : ଯୁଦ୍ଧ ଭିତରେ ବଡ଼ ଖବର , ଭାରତର ଶାନ୍ତି ବାର୍ତ୍ତା । ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଫୋନ୍ରେ ମସୁଦ ପେଜେସିକଆନଙ୍କ ସହ ଯୁଦ୍ଧ ବାବଦରେ ଆଲୋଚନା କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଇରାନକୁ ତିକ୍ତତା କମ୍ କରି ଶାନ୍ତି ଦିଗରେ କାମ କରିବାକୁ ଭାରତ ଅପିଲ କରିଛି । କ୍ଷେତ୍ରିୟ ଶାନ୍ତି, ସୁରକ୍ଷା ଓ ସ୍ଥିରତା ଉପରେ ଗୁରୁତ୍ବ ଦେଇ କୂଟନୀତି ଆଲୋଚନରେ ତିକ୍ତତାର ସମାଧାନ କରିବାକୁ ଭାରତ ଇରାନକୁ ଅପିଲ କରିଛି । ଏଥିସହ ଯୁଦ୍ଧ ସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛି ଭାରତ ।
ଇରାନ୍-ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ୍ ଯୁଦ୍ଧ। ଆମେରିକା ଇରାନର ପରମାଣୁ ଠିକଣା ଉପରେ ଆକ୍ରମଣ କରିବା ପରେ ତୀବ୍ର ହୋଇଛି ଯୁଦ୍ଧ। ଇରାନ୍ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଇସ୍ରାଏଲ୍ ଉପରେ ୩୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି ତେହେରାନ୍ । ତେଲ ଅଭିଭ୍ ସମେତ ଇସ୍ରାଏଲର ଅନେକ ଅଞ୍ଚଳକୁ ଘନ ଘନ ମିସାଇଲ୍ ମାଡ଼ କରିଛି । ଇସ୍ରାଏଲ ଓ ଇରାନର ଅଧିକାଂଶ ସ୍ଥାନରେ ବାଜୁଛି ଯୁଦ୍ଧ ସାଇରନ୍ । ଆମେରିକାର ନ୍ୟୁୟର୍କ ଓ ୱାଶିଂଟନରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଇରାନର ୩ଟି ପରମାଣୁ କ୍ଷେତ୍ର ଉପରେ ଆମେରିକା ପକ୍ଷରୁ ବୋମାବର୍ଷଣ କରାଯାଇଛି ।