କନକ ବ୍ୟୁରୋ: ନିର୍ବାଚନୀ ବର୍ଷରେ ଆୟକର ଛାଡ ସୀମା ବଢ଼ାଇ ନଥିବାରୁ ଏଥର କଣ ହେବ ତା ଉପରେ ସମସ୍ତଙ୍କ ନଜର ଥିଲା । ଆଉ ଆଜି କେନ୍ଦ୍ର ବଜେଟରେ ମଧ୍ୟବିତ ଓ ବେତନଭୋଗୀଙ୍କୁ ଖୁସି କରିବାକୁ ବଡ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।

Advertisment

ବେତନଭୋଗୀ, ସରକାରୀ ଚାକିରିଆଙ୍କୁ ବଡ ଉପହାର ଦେଇଛନ୍ତି ମୋଦୀ ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟରେ ମଧ୍ୟବିତ୍ତ ବର୍ଗ ପାଇଁ ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣାରୁ ସ୍ପଷ୍ଟ ହୋଇଛି ଯଦି ଜଣେ ବ୍ୟକ୍ତି ମାସିକ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥାନ୍ତି, ତାହେଲେ ତାଙ୍କୁ କୌଣସି ଇନକମ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ବର୍ଷକୁ ୧୨ଲକ୍ଷ ଟଙ୍କା ରୋଜଗାର କରୁଥିଲେ କୌଣସି ଇନକମ୍ ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।   

ନୂଆ ଆୟକର ବ୍ୟବସ୍ଥା ଅନୁସାରେ

ଆୟକର ସ୍ଲାବ ..       
- ୧୨ ଲକ୍ଷ ପର୍ଯ୍ୟନ୍ତ - କିଛି ନାହିଁ
- ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ -୧୫% 
-୧୬ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ – ୨୦% 
- ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ – ୨୫% 
-୨୪ ଲକ୍ଷରୁ ଅଧିକ ଆୟ - ୩୦ %


ଆୟକର ସ୍ଲାବ ପରିବର୍ତ୍ତନ ପରେ ପୁରୁଣା ଆୟକର ସ୍ଲାବ ତୁଳନାରେ କେତେ ଲାଭ ମିଳିବ?

ପୁରୁଣା ସ୍ଲାବ ଅନୁସାରେ ପୂର୍ବରୁ ୧୨ଲକ୍ଷ ଆୟ କରୁଥିବା ଲୋକଙ୍କୁ ବାର୍ଷିକ ପ୍ରାୟ ୮୦ ହଜାର ଟଙ୍କା ଇନକମ୍ ଟ୍ୟାକ୍ସ ଦେବାକୁ ପଡୁଥିଲା। କିନ୍ତୁ ଏଣିକି ତାହା ଆଉ ଦେବାକୁ ପଡିବନାହିଁ। ଅର୍ଥାତ ୮୦ ହଜାର ଟଙ୍କା ଫାଇଦା ମିଳିବ। ସେହିପରି ୧୬ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତିଙ୍କର ୫୦ହଜାର ଟଙ୍କା , ୨୦ଲକ୍ଷ ରୋଜଗାର କରୁଥିଲେ ୯୦ ହଜାର, ୨୪ଲକ୍ଷ  ରୋଜଗାରରେ ୧ଲକ୍ଷ ୧୦ ହଜାର ଟଙ୍କା ସଂଚୟ ହେବ। ମୋଦୀ ସରକାରଙ୍କ ଏହି ଭେଟିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମଧ୍ୟବିତ୍ । 
ଏଥର ଅର୍ଥମନ୍ତ୍ରୀ ଘୋଷଣା କରି କହିଛନ୍ତି, ଆସନ୍ତା ସପ୍ତାହରେ ଏକ ନୂତନ ଆୟକର ବିଲ୍ ଆଗତ କରାଯିବ। ଆୟକର ପାଇଁ ନୂଆ ଆଇନ ପ୍ରଣୟଣ କରାଯିବ। ଆୟକର ନିୟମରେ ବଡ ଧରଣର ପରିବର୍ତ୍ତନ ହେବ ।

ଆୟ                       ବର୍ତ୍ତମାନ ଟିକସ            ନୂଆ ଟିକସ           ଲାଭ
୧୨ ଲକ୍ଷ                   ୮୦ ହଜାର                   ୦                ୮୦ ହଜାର  
୧୬ ଲକ୍ଷ                   ୧.୭୦ ଲକ୍ଷ              ୧.୨୦ଲକ୍ଷ          ୫୦ ହଜାର 
୨୦ ଲକ୍ଷ                   ୨.୯୦ଲକ୍ଷ                ୨ଲକ୍ଷ               ୯୦ ହଜାର 
୨୪ ଲକ୍ଷ                   ୪.୧୦ ଲକ୍ଷ               ୩ ଲକ୍ଷ             ୧ଲକ୍ଷ ୧୦ହଜାର