କନକ ବ୍ୟୁରୋ: ଦଶହରା ପୂର୍ବରୁ ୬୦ ହଜାର କୋଟି ମୂଲ୍ୟର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କରିଛନ୍ତି । ବ୍ରହ୍ମପୁର ବଡ ମେଡିକାଲ ସୁପରସ୍ପେଶାଲିଟି ହେବ । ୮ଟି ଆଇଆଇଟିର ଭିତ୍ତିଭୂମିର ସଂପ୍ରସାରଣ ହେବ ।  

Advertisment

ଝାରସୁଗୁଡାରୁ ପ୍ରକଳ୍ପର ବର୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଅମଲପାଲି ପଡିଆରେ ଦେଶକୁ  ୬୦ହଜାର କୋଟି ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉନ୍ମୋଚନ କରିଛନ୍ତି ।

 ଭିତ୍ତିପ୍ରସ୍ତର ସ୍ଥାପନ 
- ୧୧ ହଜାର କୋଟି ଟଙ୍କା ବ୍ୟୟରେ ୮ଟି ଆଇଆଇଟିର ଭିତ୍ତିଭୂମି ସମ୍ପ୍ରସାରଣ ସହ ଆଗାମୀ ୪ ବର୍ଷରେ ୧୨ ହଜାର ସିଟ୍ ବୃଦ୍ଧି ଲକ୍ଷ୍ୟ  
- ସମ୍ବଲପୁର-ସରଲା ମଧ୍ୟରେ ୨୭୩ କୋଟିର ଫ୍ଲାଇଓଭର 
- ଭୁବନେଶ୍ବର ଆଇଆଇଟି ସହଯୋଗରେ ସେମିକଣ୍ଡକ୍ଟର ଓ ESDM ପାର୍କ ସ୍ଥାପନ ପାଇଁ ଶିଳାନ୍ୟାସ
ନୂଆ ପ୍ରକଳ୍ପ/ ଯୋଜନା 
- ଇଞ୍ଜିନିୟରିଂ ଓ ପଲିଟେକ୍ନିକ ଶିକ୍ଷାନୁଷ୍ଠାନର ଉନ୍ନତୀକରଣ ପାଇଁ ୪.୨୦୦ କୋଟି ଟଙ୍କା
- ବିଏସଏନଏଲ ଦ୍ବାରା ସ୍ବଦେଶୀ ୪ଜି ନେଟୱର୍କ ସେବା
-ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ସହିତ ୧, ୯୭୯ କୋଟି ଟଙ୍କାର ପ୍ରକଳ୍ପ

ସବୁଠାରୁ ବଡ କଥା ହେଲା ବ୍ରହ୍ମପୁର ଓ ସୁରତ୍ ମଧ୍ୟରେ ଚାଲିଛି ଅମୃତ ଭାରତ ଏକ୍ପପ୍ରେସ । ଏହାଛଡା ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ୫୦ ହଜାର ଘର ନିର୍ମାଣ ନିମନ୍ତେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶପତ୍ର ବଣ୍ଟନ କରାଯାଇଛି ।

-କୋରାପୁଟ -ବାଇଗୁଡ଼ା ଓ ମାନାବାର-କୋରାପୁଟ-ଗୋରାପୁର ରେଳଲାଇନ ଦୋହରୀକରଣକୁ ରାଷ୍ଟ୍ରକୁ ସମର୍ପଣ କରାଯାଇଛି
-୯୦ କୋଟି ଖର୍ଚ୍ଚରେ ୧୩୦ଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ ୱାଇ-ଫାଇ ସୁବିଧା ମିଳିବ

ଉପକୃତ ହେବେ ୨.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
ସେହିଭଳି ବୁର୍ଲା ବୀର ସୁରେନ୍ଦ୍ର ସାଏ  ଆର୍ୟୁବିଜ୍ଞାନ ଓ ଗବେଷଣା କେନ୍ଦ୍ର ଓ ବ୍ରହ୍ମପୁର ବଡମେଡିକାଲକୁ  ବିଶ୍ବସ୍ତରୀୟ ସୁପରସ୍ପେଶାଲିଟି ଡାକ୍ତରଖାନାରେ ରୂପାନ୍ତରଣ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି ।