ଦେଶରେ ଆଜିଠୁ ଲାଗୁ ହେଲା ନୂଆ GST : ଅରୁଣାଚଳ ପ୍ରଦେଶରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ

Advertisment

ଆଜି ଦେଶର ନୂଆ ଜିଏସଟି ହାର ଲାଗୁ ହୋଇଥିବାରୁ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ବ୍ୟବସାୟୀମାନଙ୍କ ସହିତ ଆଲୋଚନା କରିଥିଲେ ।

ଆଜି ଦେଶର ନୂଆ ଜିଏସଟି ହାର ଲାଗୁ ହୋଇଥିବାରୁ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ବ୍ୟବସାୟୀମାନଙ୍କ ସହିତ ଆଲୋଚନା କରିଥିଲେ ।

pm-modi-

pm-modi- Photograph: (KanakNews)

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତରେ ଅଛନ୍ତି । ଆଜି ଦେଶର ନୂଆ ଜିଏସଟି ହାର ଲାଗୁ ହୋଇଥିବାରୁ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ବ୍ୟବସାୟୀମାନଙ୍କ ସହିତ ଆଲୋଚନା କରିଥିଲେ । ନୂଆ ଜିଏସଟି ହାର ଦ୍ୱାରା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, ସମସ୍ତେ ଲାଭବାନ ହେବେ । ସ୍ୱଦେଶୀ ବ୍ୟବହାର ବଢ଼ିବ ଏବଂ ଏଥିପାଇଁ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୋଦୀ କହିଛନ୍ତି । ଜିଏସଟି ସଂସ୍କାର ଦ୍ୱାରା  ଭାରତ ବିକାଶର ଶୀର୍ଷରେ ପହଞ୍ଚିବ ବୋଲି ମୋଦୀ କହିବା ସହିତ ପୂର୍ବରୁ କେବଳ କର ନେଇଚାଲିଥିବାରୁ କଂଗ୍ରେସକୁ ସମାଲୋଚନା କରିଥିଲେ । ଅରୁଣାଚଳ ପ୍ରଦେଶରେ ମୋଦୀ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଅରୁଣାଚଳ ପ୍ରଦେଶ ପରେ ଆଜି ଅପରାହ୍ଣରେ ମୋଦୀ ତ୍ରିପୁରା ଯିବେ । ଦୁଇ ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ପାଇଁ ୫ ହଜାର ୧୨୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତ୍ରିପୁରା ରାଜଧାନୀ ଅଗରତାଲାରେ ବିଭିନ୍ନ କାର୍ଯ୍ୟକ୍ରମ ପରେ ଅଗରତାଲାରୁ ମୋଦୀ ହେଲିକପ୍ଟରରେ ତ୍ରିପୁରାର ଉଦୟପୁର ଯିବେ । ସେଠାରେ ୫୨୪ ବର୍ଷର ପୁରୁଣା ମାତା ତ୍ରିପୁରା ସୁନ୍ଦରୀ ମନ୍ଦିରର ପୁନଃ ବିକାଶ କାମର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହି ମନ୍ଦିରର ବିକାଶ ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ହେଲିପ୍ୟାଡରୁ ମୋଦୀ ତ୍ରିପୁରା ସୁନ୍ଦରୀ ମନ୍ଦିର ପର୍ଯ୍ୟନ୍ତ ୧୨ କିଲୋମିଟର ରୋଡ୍ ଶୋ’ କରିବେ ।  

ମୋଦୀଙ୍କ ଗସ୍ତ

ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆ ଜିଏସଟି ଲାଗୁ ପରେ ଦେଶବାସୀଙ୍କୁ ଅଭିନନ୍ଦନ 
ଅଗରତାଲାରେ ବ୍ୟବୟାସୀଙ୍କ ସହ ଆଲୋଚନା
ନୂଆ ଜିଏସଟି ଲାଗୁ ପରେ ଲାଭ ନେଇ ଦୃଢ଼ୋକ୍ତି
କଂଗ୍ରେସକୁ ସମାଲୋଚନା କଲେ ମୋଦୀ
ଅରୁଣାଚଳ ପ୍ରଦେଶ ପରେ ଅପରାହ୍ଣରେ ତ୍ରିପୁରା ଯିବେ ମୋଦୀ 
ଦୁଇ ରାଜ୍ୟରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
ତ୍ରିପୁରା ସୁନ୍ଦରୀ ମନ୍ଦିର ବିକାଶ କାମ ଉଦଘାଟନ
ଦୁଇ ରାଜ୍ୟକୁ ୫, ୧୨୭ କୋଟି ଟଙ୍କାର ପ୍ରକଳ୍ପ  ଉପହାର
ତ୍ରିପୁରାରେ ରୋଡ୍ ଶୋ କାର୍ଯ୍ୟକ୍ରମ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe