କନକ ବ୍ୟୁରୋ : ପାର୍ବଣ ଋତୁରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ସୂତ୍ର ସୂଚନା ମୁତାବକ ଚଳିତ ବର୍ଷ କେନ୍ଦ୍ରୀୟ କର୍ମଚାରୀଙ୍କର ମହଙ୍ଗା ଭତ୍ତା କେନ୍ଦ୍ର ସରକାର ୩ ପ୍ରତିଶତ ବୃଦ୍ଧି କରିପାରନ୍ତି । ଯଦି କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରନ୍ତି ତେବେ କର୍ମଚାରୀଙ୍କୁ ମିଳୁଥିବା ମହଙ୍ଗା ଭତ୍ତା ୫୩ ପ୍ରତିଶତରେ ପହଞ୍ଚିବ । 

Advertisment

ଏବେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୫୦ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି । ଯଦି କେନ୍ଦ୍ର ସରକାର ୩ ପ୍ରତିଶତ ବୃଦ୍ଧି କରନ୍ତି ତେବେ ଏହା ୫୩ ପ୍ରତିଶତରେ ପହଂଚିବ । ଏହା ଜୁଲାଇ ପହିଲା ୨୦୨୪ ରୁ ଲାଗୁହେବ । ସୂତ୍ର ସୂଚନା ମୁତାବକ ଆଜି ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯିବ । 

ସାଧାରଣ ଭାବେ କେନ୍ଦ୍ର ସରକାର ଜାନୁଆରୀ ଓ ମାର୍ଚ୍ଚ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି କରିଥାନ୍ତି ।  ଏହା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଥିଲେ । ଯଦି ଜଣେ କର୍ମଚାରୀଙ୍କର ମୂଳ ଦରମା ୫୫ ହଜାର ଦୁଇଶହ ଟଙ୍କା ତେବେ ୫୦ ପ୍ରତିଶତ ମହଙ୍ଗା ଭତ୍ତା ହେଉଛି ୨୭ ହଜାର ୬ଶହ ଟଙ୍କା । ଯଦି ଏହା ୫୩ ପ୍ରତିଶତକୁ ବୃଦ୍ଧି ପାଏ ତେବେ ଏହା ସେହି କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୯ ହଜାର ୨୫୬ ଟଙ୍କାରେ ପହଂଚିବ ।