କନକ ବ୍ୟୁରୋ : କେନ୍ଦ୍ର ସରକାର ବୁଧବାର ଦିନ ୬ଟି ରବି ଫସଲ ଉପରେ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ସରକାର ଗହମର ମୂଲ୍ୟ ଉପରେ କୁଇଣ୍ଟାଲ ପ୍ରତି ୧୫୦ ଟଙ୍କା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ପରେ ଗହମର ସରକାରୀ ମୂଲ୍ୟ ୨୪୨୫ ଟଙ୍କାରେ ପହଞ୍ଚିଛି । ଜ, ଚଣା, ମସୁର, ସୋରିଶ, କୁସୁମ ଆଦି ଫସଲ ଉପରେ ମଧ୍ୟ ସରକାର ଦରବୃଦ୍ଧି କରିଛନ୍ତି ।
ପ୍ରଥମେ ଗହମ କୁଇଣ୍ଟାଲ ପ୍ରତି ୨୨୭୫ ଟଙ୍କା ଥିଲା । ଚଣା ଉପରେ ସରକାର ୨୧୦ ଟଙ୍କା କୁଇଣ୍ଟାଲ ପ୍ରତି ବୃଦ୍ଧି କରିଛନ୍ତି । ଫଳରେ ଚଣାର ମୂଲ୍ୟ କୁଇଣ୍ଟାଲ ପ୍ରତି ୫୬୫୦ ଟଙ୍କାରେ ପହଂଚିଛି । ସେହିଭଳି ମସୁର ଡାଲି କୁଇଣ୍ଟାଲ ଉପରେ ସରକାର ୨୭୫ ଟଙ୍କା ବୃଦ୍ଧି କରିଛନ୍ତି । ଏବେ ମସୁରଡାଲିକୁ ଚାଷୀ କୁଇଣ୍ଟାଲ ପ୍ରତି ୬୭୦୦ ଟଙ୍କାରେ ବିକ୍ରି କରିପାରିବେ । ସୋରିଶ କୁଇଣ୍ଟାଲ ଉପରେ ସରକାର ୩୦୦ ଟଙ୍କା ବୃଦ୍ଧି କରିଛନ୍ତି । ଏବେ ସୋରିସ ଚାଷୀ ୫୯୫୦ ଟଙ୍କାରେ ବିକ୍ରି କରିବେ । କୁସୁମ ଉପରେ ସରକାର ସରକାର ୧୪୦ ଟଙ୍କା ବୃଦ୍ଧି କରିବା ଫଳରେ ଚାଷୀମାନେ ଏବେ କୁସୁମ କୁଇଣ୍ଟାଲ ପ୍ରତି ୫୯୪୦ ଟଙ୍କାରେ ବିକ୍ରି କରିବେ ।