ମୋଦୀ ଭାଙ୍ଗିଲେ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ : ଲଗାତାର ସର୍ବାଧିକ ଦିନ ପ୍ରଧାନମନ୍ତ୍ରୀ ରହିବାରେ ମୋଦୀ ଦ୍ୱିତୀୟ

Advertisment

ମୋଦୀ ଲଗାତାର ପ୍ରଧାନମନ୍ତ୍ରୀ ପଦରେ ରହିବାରେ ଆଜି ୪ ହଜାର ୭୮ ଦିନ ପୂରଣ କରିଛନ୍ତି । ଲଗାତାର ପ୍ରଧାନମନ୍ତ୍ରୀ ପଦରେ ରହିବାରେ ଇନ୍ଦିରା ଗାନ୍ଧୀଙ୍କୁ ଟପି ଯାଇଛନ୍ତି ମୋଦୀ ।

ମୋଦୀ ଲଗାତାର ପ୍ରଧାନମନ୍ତ୍ରୀ ପଦରେ ରହିବାରେ ଆଜି ୪ ହଜାର ୭୮ ଦିନ ପୂରଣ କରିଛନ୍ତି । ଲଗାତାର ପ୍ରଧାନମନ୍ତ୍ରୀ ପଦରେ ରହିବାରେ ଇନ୍ଦିରା ଗାନ୍ଧୀଙ୍କୁ ଟପି ଯାଇଛନ୍ତି ମୋଦୀ ।

Indira modi

Photograph: (kanaknews)

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଙ୍ଗିଲେ ପୂର୍ବତନ ପ୍ରଧନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ । ଇନ୍ଦିରା ଗାନ୍ଧୀ  ପ୍ରଧାନମନ୍ତ୍ରୀ ପଦରେ ଲଗାତାର ୪ ହଜାର ୭୭ ଦିନ ଥିଲେ । ମୋଦୀ ଲଗାତାର ପ୍ରଧାନମନ୍ତ୍ରୀ ପଦରେ ରହିବାରେ ଆଜି ୪ ହଜାର ୭୮ ଦିନ ପୂରଣ କରିଛନ୍ତି । ଲଗାତାର ପ୍ରଧାନମନ୍ତ୍ରୀ ପଦରେ ରହିବାରେ ଇନ୍ଦିରା ଗାନ୍ଧୀଙ୍କୁ ଟପି ଯାଇଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ପଦରେ ଲଗାତାର ସର୍ବାଧିକ ଦିନ ରହିବାରେ ମୋଦୀ ହେଉଛନ୍ତି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ।  ନରେନ୍ଦ୍ର ମୋଦୀ ହେଉଛନ୍ତି ସ୍ୱାଧୀନ ଭାରତରେ ଜନ୍ମ ହୋଇଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ କି ଗତବର୍ଷ ଜୁନ୍ ମାସରେ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଅଣ- କଂଗ୍ରେସ ଦଳରେ ସବୁଠାରୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ରହିବାରେ ମୋଦୀ ମଧ୍ୟ ଆଉ ଏକ ରେକର୍ଡ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ମୋଦୀ ପ୍ରଥମ ଥର ପାଇଁ ୨୦୧୪ ମେ ୨୬ ତାରିଖରେ ଶପଥ ଗ୍ରହଣ କରିଥିଲେ । ତା’‘ପରଠାରୁ ମୋଦୀ ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି । ଜବାହାରଲାଲ ନେହରୁ ଦେଶର ସବୁଠାରୁ ଦୀର୍ଘ ସମୟ  ପ୍ରଧାନମନ୍ତ୍ରୀ ଥିଲେ । 

ନରେନ୍ଦ୍ର ମୋଦୀଙ୍କ ରେକର୍ଡ 
ମୋଦୀ ଭାଙ୍ଗିଲେ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ 
ଲଗାତାର ସର୍ବାଧିକ ଦିନ ପ୍ରଧାନମନ୍ତ୍ରୀ ରହିବାରେ ମୋଦୀ ଦ୍ୱିତୀୟ
ଇନ୍ଦିରା ଗାନ୍ଧୀ ଲଗାତାର ୪, ୦୭୭ ଦିନ ପ୍ରଧାନମନ୍ତ୍ରୀ ଥିଲେ
ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଆଜି ଲଗାତାର ୪, ୦୭୮ ଦିନ ସମ୍ପୂର୍ଣ୍ଣ କଲେ
ଅଣ-କଂଗ୍ରେସ ଦଳରୁ ସର୍ବାଧିକ ଦିନ ପ୍ରଧାନମନ୍ତ୍ରୀ ଅଛନ୍ତି ମୋଦୀ 
ନେହରୁ ଦେଶର ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ଥିଲେ 
ନେହରୁ ଲଗାତାର ୧୬ ବର୍ଷ ୨୮୬ ଦିନ ପ୍ରଧାନମନ୍ତ୍ରୀ ଥିଲେ
ନେହରୁଙ୍କ କାର୍ଯ୍ୟକାଳ ଥିଲା ୧୯୪୭ ଅଗଷ୍ଟ  ୧୫ରୁ ୧୯୬୪ ମେ ୨୭  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe