କନକ ବ୍ୟୁରୋ : ବ୍ରାଜିଲରେ ଚାଲିଛି ଜି-୨୦ ଶିଖର ସମ୍ମିଳନୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ୍, ଫ୍ରାନ୍ସ, ଇଟାଲୀ, ବ୍ରାଜିଲ୍, ସିଙ୍ଗାପୁର, ଇଣ୍ଡୋନେସିଆ, ପର୍ତ୍ତୁଗାଲ, ନରୱେ ଏବଂ ସ୍ପେନ୍ ସମେତ ଅନେକ ବିଶ୍ୱ ନେତାଙ୍କ ସହ ଆଲୋଚନା କରିଛନ୍ତି । ଦୁଇ ରାଷ୍ଟ୍ରମୁଖ୍ୟ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କୁ ନେଇ ଗଠିତ ପ୍ରତିନିଧି ଦଳ ଭାରତ ଓ ଇଟାଲୀ ସହ ଜଡ଼ିତ ପ୍ରମୁଖ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ମେଲୋନିଙ୍କୁ ଭେଟି ଖୁସି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ସୋସିଆଲ ମଡିଆରେ ଏକ୍ସରେ ପୋଷ୍ଟ କରି ମୋଦୀ ଲେଖିଛନ୍ତି ପ୍ରତିରକ୍ଷା, ନିରାପତ୍ତା, ବାଣିଜ୍ୟ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଆମର ଆଲୋଚନା କେନ୍ଦ୍ରୀଭୂତ ହୋଇଛି । ସଂସ୍କୃତି, ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ କୁ ପ୍ରୋତ୍ସାହିତ କରିବା ଏବଂ ଭାରତ-ଇଟାଲୀ ବନ୍ଧୁତା ବିଶ୍ବକୁ ଅନେକ ଅବଦାନ ଦେଇପାରିବ ବୋଲି ଆମେ ଆଲୋଚନା କରିଛୁ । ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଥିଲେ ମୋଦୀ ।
ପର୍ତ୍ତୁଗିଜ ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନିଗ୍ରୋଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, 'ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନେଗ୍ରୋଙ୍କ ସହ ବହୁତ ଭଲ ସାକ୍ଷାତ ହୋଇଛି । ପର୍ତ୍ତୁଗାଲ ସହ ଦୀର୍ଘଦିନର ସମ୍ପର୍କକୁ ଭାରତ ଗୁରୁତ୍ୱ ଦେଉଛି । ଆମର ଆଲୋଚନା ଆମର ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲା । ଅକ୍ଷୟ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନ ଭଳି କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ସୁଯୋଗ ର ଆଦାନ ପ୍ରଦାନ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପର୍ତ୍ତୁଗାଲ ଏବଂ ଭାରତ ମଧ୍ୟରେ ଆମେ ଦୃଢ଼ ପ୍ରତିରକ୍ଷା ସମ୍ପର୍କ, ଲୋକଙ୍କ ମଧ୍ୟରେ ସମ୍ପର୍କ ଏବଂ ଅନ୍ୟାନ୍ୟ ଅନେକ ବିଷୟ ଉପରେ ଆଲୋଚନା କରିଥିଲୁ ବୋଲି ମୋଦି ମତ ରଖିଥିଲେ । ଭାରତ-ନରୱେ ସମ୍ପର୍କ ସୁଦୃଢ଼ ହୋଇଛି । ମୋଦୀ ନରୱେର ପ୍ରଧାନମନ୍ତ୍ରୀ ଜୋନାସ ଗାହର ଷ୍ଟୋରି ଏବଂ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନିଗ୍ରୋଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଭାରତ-ନରୱେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି। ବିଶେଷ କରି ଅକ୍ଷୟ ଶକ୍ତି, ସବୁଜ କ୍ଷେତ୍ରରେ ଆମ ଦେଶ ମଧ୍ୟରେ ପୁଞ୍ଜିନିବେଶ ସମ୍ପର୍କକିପରି ଉନ୍ନତ ହୋଇପାରିବ ସେ ବିଷୟରେ ଆମେ ଆଲୋଚନା କରିଥିଲୁ । ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋଙ୍କ ସହ ସାକ୍ଷାତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମର ଆଲୋଚନା ବାଣିଜ୍ୟ, ନିରାପତ୍ତା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦେଇଥିଲା ।
ବ୍ରାଜିଲରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ପ୍ରବୋଭୋ ସୁବିଆଣ୍ଟୋଙ୍କୁ ଭେଟି ଆନନ୍ଦିତ । ଭାରତ-ଇଣ୍ଡୋନେସିଆ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ହେଉଥିବାରୁ ଏହି ବର୍ଷ ଆମ ପାଇଁ ବିଶେଷ । ବ୍ରିଟେନ ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ମଧ୍ୟ ବୈଠକ ,ଜି-୨୦ ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାରମେର ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଭାରତ ପାଇଁ ବ୍ରିଟେନ ସହ ବ୍ୟାପକ ରଣନୈତିକ ଭାଗିଦାରୀ ଏକ ଉଚ୍ଚ ପ୍ରାଥମିକତା । ଆଗାମୀ ବର୍ଷଗୁଡ଼ିକରେ ଆମେ ଏଭଳି କ୍ଷେତ୍ରରେ ଏକାଠି କାମ କରିବାକୁ ଚାହୁଁଛୁ । କ୍ଷୁଧା ଓ ଦାରିଦ୍ର୍ୟ ବିରୁଦ୍ଧରେ ରହିଥିଲା ଆଲୋଚନା । ବ୍ରାଜିଲର ରିଓ ଡି ଜେନେରୋଠାରେ ଅନୁଷ୍ଠିତ ୧୯ତମ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ, ବ୍ରାଜିଲ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଡା ସିଲଭା ଏବଂ ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ଶୀର୍ଷ ନେତାଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା ।