କନକ ବ୍ୟୁରୋ : ଦିଲ୍ଲୀ  ବିଜେପି ମୁଖ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ । ମୋଦୀଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଅଛନ୍ତି।  ଗୃହମନ୍ତ୍ରୀ  ଅମିତ୍‌ ଶାହ ମଧ୍ୟ ପହଞ୍ଚିସାରିଛନ୍ତି । ଦିଲ୍ଲୀ କାର୍ଯ୍ୟାଳରେ କର୍ମକର୍ତ୍ତାଙ୍କ ପ୍ରବଳ ଭିଡ ।  ବାଣ ଫୁଟାଇ  ବିଜୟ ଉତ୍ସବ ପାଳିଲେ ।  ମିଠା ଖାଇଲେ ନେତା ଓ କର୍ମି ନାଚିଲେ । ଏକାଠି ହେଲେ. ବରିଷ୍ଠ ନେତା ଓ କର୍ମୀ ।  ବିଜୟ ସମାରୋହରେ ରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ମୋଦୀ । ମୋଦୀ କହିଛନ୍ତି ଜନତା ଦିଲ୍ଲୀକୁ  ଆପ୍‌-ଦା  ମୁକ୍ତ କରିଛନ୍ତି । ଦିଲ୍ଳୀବାସୀ ହୃଦୟ ଖୋଲା ଭଲପାଇବା ଦେଇଛନ୍ତି । ଦିଲ୍ଲୀବାସୀଙ୍କ ଋଣ ମୋ  ଉପରେ ରହିଛି । ବିକଶିତ ଭାରତର ରାଜଧାନୀ ହେବ ଦିଲ୍ଳୀ । ବିଶ୍ବାସ ଏବଂ ବିକାଶକୁ ଦିଲ୍ଳୀବାସୀ ଗୁରୁତ୍ବ ଦେଇଛନ୍ତି।

Advertisment

ଦିଲ୍ଲୀରେ ବିଜେପିର ବଡ଼ ବିଜୟ । ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କଲା ଭାରତୀୟ ଜନତା ପାର୍ଟି । ତୃତୀୟ ଥର କ୍ଷମତାକୁ ଆସିବାର ଆପ୍‌ ଯେଉଁ ସ୍ବପ୍ନ ଦେଖୁଥିଲା ତାହା କେବଳ ସ୍ବପ୍ନରେ ହିଁ ରହିଗଲା । ୭୦ ବିଧାନସଭା ଆସନରେ ଭୋଟ୍‌ ହେବା ପରେ ସାମ୍ନାକୁ ଆସିଥିଲା ଏକଜିଟ୍‌ ପୋଲ । ଏକଜିଟ୍‌ ପୋଲରେ ଚିତ୍ର ସ୍ପଷ୍ଟ ଦିଶୁଥିଲା କି, ଏଥର ବିଜେପି ବାଜି ମାରିବ । ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ବି ବିଜେପି ବାଜି ମାରୁଥିବା ଚିତ୍ର ସ୍ପଷ୍ଟ ହୋଇଥିଲା । ସେପଟେ ପରାଜୟକୁ ସ୍ବୀକାର କରି କେଜ୍ରିୱାଲ କହିଛନ୍ତି ଦିଲ୍ଲୀବାସୀଙ୍କ ନିଷ୍ପତ୍ତିକୁ ଆମେ ଗ୍ରହଣ କରିଛୁ, ବିରୋଧୀ ଦଳରେ ରହି ଲୋକଙ୍କ ଲାଗି କାମ କରିବୁ । ତେବେ ବିଜେପିର ବିଜୟ ପରେ ମୋଦୀ ଟ୍ବିଟ କରି କହିଥିଲେ, ଦିଲ୍ଲୀବାସୀ ଆମକୁ ବିଶ୍ବାସ କରିଛନ୍ତି । ଆଗାମୀ ଦିନରେ ବିକାଶ ଆହୁରି ଅଧିକ ହେବ ।