କନକ ବ୍ୟୁରୋ: ଝାଡଖଣ୍ଡ,ମହାରାଷ୍ଟ୍ର ନିର୍ବାଚନ ଭିତରେ ଜୋରଦାର ହେଉଛି ବୟାନବାଜି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଛି କଂଗ୍ରେସ । ବିଜେପିର ଉଭୟ ବରିଷ୍ଠ ନେତାଙ୍କ ବୟାନ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ସମ୍ଭାବନା ଦର୍ଶାଇ ଇସିଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ଏକ ଅଭିଯୋଗଭରା ଚିଠି ଇସିଙ୍କୁ ଦିଆଯିବା ପରେ କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ ମିଡିଆ ପୋଷ୍ଟରେ ଜଣାଇଛନ୍ତି । ଚିଠିରେ କୁହାଯାଇଛି ନଭେମ୍ବର ୮ରେ ମୋଦି ନାସିକରେ ଯେଉଁ ଭାଷଣ ଦେଇଥିଲେ ତାହା ଦୁଭାଗ୍ୟପୂର୍ଣ୍ଣ । କଂଗ୍ରେସ ଓ ସହଯୋଗୀ ଦଳଙ୍କୁ ଟାର୍ଗେଟ କରି ଦିବଙ୍ଗତ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପତିଜନକ ଟିପ୍ପଣୀ ଦେଇଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ । କଂଗ୍ରେସ ନେତାଙ୍କୁ ଏସସି,ଏସଟି ଓ ଓବିସି ବିରୋଧୀ କହିବା ଉଚିତ ନୁହେଁ ଦର୍ଶାଇ ଅଭିଯୋଗ କରିଛି ।
ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀଙ୍କ ନାଁରେ କଂଗ୍ରେସର ଅଭିଯୋଗ । ଆପତ୍ତିଜନକ ବୟାନବାଜିକୁ ବିରୋଧ କରି ଇସିଙ୍କ ନିକଟରେ ଫେରାଦ ।
ପ୍ରଧାନମନ୍ତ୍ରୀ ମୋଦୀ-ଗୃହମନ୍ତ୍ରୀଙ୍କ ନାଁରେ କଂଗ୍ରେସର ଅଭିଯୋଗ । ନିର୍ବାଚନୀ ରାଲିରେ ଆପତ୍ତିଜନକ ବୟାନବାଜିକୁ ବିରୋଧ କରି ଇସିଙ୍କ ନିକଟରେ ଫେରାଦ । ନେହେରୁ, ଇନ୍ଦିରା ଓ ରାଜୀବ ଗାନ୍ଧିଙ୍କ ନାଁକୁ ନେଇ ନଭେମ୍ବର ୮ରେ ମହାରାଷ୍ଟ୍ର ରାଲିରେ ବୟାନ ଦିଆଯାଇଥିବା ଚିଠିରେ ଉଲ୍ଲେଖ ।