ପାଣ୍ଡରାରେ ହେବ ଆଧୁନିକ ମାଛ ବଜାର: ଶ୍ରେୟ ନେବାକୁ ଚାଲିଛି ରାଜନୀତି

Advertisment

ସ୍ଥାନାନ୍ତରିତ ହେବ ୟୁନିଟ-୪ ହୋଲସେଲ ମାଛ ମାର୍କେଟ। ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୬୦ କୋଟି। ବିଏମସି  ଜାଗା ତ ଯୋଗାଇ ଦେଇଛି, ହେଲେ ବ୍ୟବସାୟୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ କହିଛନ୍ତି ବ୍ୟବସାୟୀ ସଂଘ ସଭାପତି।

ସ୍ଥାନାନ୍ତରିତ ହେବ ୟୁନିଟ-୪ ହୋଲସେଲ ମାଛ ମାର୍କେଟ। ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୬୦ କୋଟି। ବିଏମସି  ଜାଗା ତ ଯୋଗାଇ ଦେଇଛି, ହେଲେ ବ୍ୟବସାୟୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ କହିଛନ୍ତି ବ୍ୟବସାୟୀ ସଂଘ ସଭାପତି।

CSCS

Photograph: (kANAK NEWS)

କନକ ବ୍ୟୁରୋ: ସ୍ଥାନାନ୍ତରିତ ହେବ ୟୁନିଟ-୪ ହୋଲସେଲ ମାଛ ମାର୍କେଟ। ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୬୦ କୋଟି। ବିଏମସି  ଜାଗା ତ ଯୋଗାଇ ଦେଇଛି, ହେଲେ ବ୍ୟବସାୟୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ କହିଛନ୍ତି ବ୍ୟବସାୟୀ ସଂଘ ସଭାପତି।

ଖୁବଶୀଘ୍ର ସ୍ଥାନାନ୍ତରିତ ହେବ ୟୁନିଟ ୪ ସ୍ଥିତ ହୋଲସେଲ ମାଛ ମାର୍କେଟ। ୟୁନିଟ ୪ରୁ ଯାଇ ପାଣ୍ଡରାରେ ହେବ ଏହି ମାର୍କେଟ। ଏଥିପାଇଁ ବିଏମସି ୬ ଏକର ଜାଗା ଯୋଗାଇ ଦେଇଥିବା କହିଛନ୍ତି ମେୟର। ୨୦୨୩ ମସିହାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତକାଲି ଡିପିଆରକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗ।

ରାଜ୍ୟ ସରକାର ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ବିଏମସି ପ୍ରାୟ ୮ କୋଟି ଟଙ୍କା ଦେବ ବୋଲି କହିଛନ୍ତି ମେୟର, ଏଥିସହ ପାଣ୍ଡରା ଅଞ୍ଚଳରେ ଚିହ୍ନଟ ହୋଇଥିବା ଜାଗା ବୁଲି ଦେଖିବା ସହ ଆଉ ଅଧିକ ଯାହା ଖର୍ଚ୍ଚ ବିଏମସି ଦେବ ବୋଲି ବି କହିଛନ୍ତି।..

ବିଏମସିର ନିଷ୍ପତ୍ତିକୁ ସମର୍ଥନ କରିଛି ହୋଲସେଲ୍ ମାଛ ମାର୍କେଟର ବ୍ୟବସାୟୀ ସଂଘ। ଦିନକୁ ଦିନ ରାଜଧାନୀରେ ଲୋକ ସଂଖ୍ୟା ବଢୁଛି। ୪ ନମ୍ବରରେ ଜାଗା ବହୁତ୍ କମ୍ ହେଉଥିଲା। ଦୀର୍ଘ ବର୍ଷ ହେବ ଏ ପ୍ରସ୍ତାବ ରହି ଆସିଥିଲା, ଗତକାଲି ଡିପିଆର ଅନୁମୋଦନ ପରେ କାର୍ୟ୍ୟକାରୀ ହେବା ନେଇ ଆଶା କରାଯାଉଛି।..

ମାର୍କେଟ ସ୍ଥାନାନ୍ତର ହେଲେ ବ୍ୟବସାୟୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ, ସଂଘରେ ଥିବା ବ୍ୟବସାୟୀଙ୍କ ପାଖରେ ଲାଇସେନ୍ସ ଥିବା ସତ୍ତ୍ୱେ ବାହାର ଲୋକ ଆଣି ଖୁଚୁରା ବଜାରରେ ବିକ୍ରି କରୁଛନ୍ତି ଯାହା ବ୍ୟବସାୟରେ କ୍ଷତି ପହଞ୍ଚାଉଛି। ତେଣୁ ଏଥିପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସଂଘ ସଭାପତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe