କନକ ବ୍ୟୁରୋ : ଭୁବନେଶ୍ୱର ରେ ନିର୍ମାଣ ହେବ ଆଦର୍ଶ ଗୋଶାଳା । ୪୦ କୋଟି ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ ହେବ। ଭୁବନେଶ୍ବରର ବୁଲା ଗାଈ ଗୋରୁଙ୍କୁ ସେଠାରେ ରଖାଯିବ । ରାଜଧାନୀକୁ ସମ୍ପୂର୍ଣ୍ଣ ରୂପରେ ବୁଲା ଗାଇ ଗୋରୁ ମୁକ୍ତ କରାଯିବ । ଏଥିପାଇଁ ସରକାର ବଡ ଯୋଜନା କରିଛନ୍ତି । ଆଦର୍ଶ ଗୋଶାଳା ପାଇଁ ଜମି ବି ଚିହ୍ନଟ ସରିଛି । ଗୋମାତାଙ୍କ ଗୋବର ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାରିବ । ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ରଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି । ସେହିପରି ସହରାଞ୍ଚଳ ଗୁଡିକରେ ରାଜରାସ୍ତାରୁ ଗାଈଗୋରୁଙ୍କୁ ହଟାଇବା ପାଇଁ ୫ ଟି ସ୍ଥାନରେ ଗୋଶାଳା କରାଯାଉଛି । ରାସ୍ତାରେ ଦୁର୍ଘଟଣା ଉଭୟ ଲୋକ ଏବଂ ଗାଈ ଗୋରୁ ଆଘାତ ପାଇ  ପ୍ରାଣ ହରାଉଛନ୍ତି । ସରକାର ଏନେଇ ସମ୍ବେଦନଶୀଳ ଅଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର