କନକ ବ୍ୟୁରୋ : ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ଆଣିଛନ୍ତି ସଙ୍ଗିନ ଅଭିଯୋଗ । ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହଳଧର ଲେଖିଥିବା ଅଭିଯୋଗ ପତ୍ରରେ କୁହାଯାଇଛି ଯେ ଅନବସର ଏକାଦଶୀ ଦିନ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗି ପାଇଁ ସେବକମାନେ ଶ୍ରୀମନ୍ଦିର ଗାରଦରେ ମୋଦକ ଜିମା ଦେଇଥିଲେ । ୩୧୩ ମୂର୍ତ୍ତି ଅମୁଣିଆ ମୋଦକ ଦିଆଯାଇଥିଲା କିନ୍ତୁ ଥିଲା ୨୪୩ ମୂର୍ତ୍ତି ଅମୁଣିଆ ମୋଦକ । ୭୦ ମୂର୍ତ୍ତି ଅମୁଣିଆ ମୋଦକ ଚୋରି ହୋଇଥିବାର ଆସିଥିଲା ଅଭିଯୋଗ ।
ତେବେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଭିଯୋଗର ତଦନ୍ତ ନେଇ ସଂକେତ ଦେଇଛନ୍ତି । କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଆଶ୍ଚର୍ଯ୍ୟ କରିଛି ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା । କାରଣ ମୋଦକ ଚୋରି ହେବା କଥାକୁ ସିଧାସିଧା ଖଣ୍ଡନ କରିଛନ୍ତି ଆଇନମନ୍ତ୍ରୀ । ଏପରିକି କିଛି ଦଇତାପତି ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିବା କଥା ସେ କହିଛନ୍ତି । ତାଙ୍କ ବିରୋଧରେ ତଦନ୍ତ କରି ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ସିସିଟିଭି ଯାଞ୍ଚ କରିବାକୁ ଆହ୍ୱାନ କରିଛନ୍ତି ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ଏବେ ପ୍ରଶ୍ନ ଉଠୁଛି କିଏ କହୁଛି ସତ? ଅନବସର ସମୟରେ ଦଇତାପତି ସେବାୟତଙ୍କ ଭୂମିକା ରହିଥାଏ । ଗାରଦ ଜିମା ଦିଆଯାଇଥିବା ମୋଦକର ଗଣତି ହୁଏ । ତେଣୁ ହଳଧରଙ୍କ ଅଭିଯୋଗ ଆଧାରରେ ସିସିଟିଭି ଯାଞ୍ଚ କରାଯିବ କି ? ନା’ ଗୁପ୍ତନୀତିର ଦ୍ୱାହି ଦେଇ ସବୁକଥା ଗୋପନରେ ରହିଯିବ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/24/modak-2025-06-24-19-35-03.jpg)