କନକ ବ୍ୟୁରୋ: ଯୁଦ୍ଧ ପାଇଁ ଆଜି ବାଜିବ ସାଇରନ୍, ରାଜ୍ୟର ୧୨ଟି ସ୍ଥାନରେ ହେବ ମକଡ୍ରିଲ୍ । ଜମ୍ମୁ-କାଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ବିରୋଧରେ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତୀୟ ବାୟୁସେନା । ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ଆଡ୍ଡା ଉପରେ କରିଛି ଆକ୍ରମଣ । ଯୁଦ୍ଧ ହେଲେ ବା ଯୁଦ୍ଧ ବ୍ୟାପକ ହେଲେ ସାଧାରଣ ଜନତା କିପରି ସତର୍କତା ଅବଲମ୍ବନ କରିବେ , କିପରି ନିଜକୁ ସୁରକ୍ଷିତ ରଖିବେ ସେଥିପାଇଁ ଦେଶର ବିଭିନ୍ନ ରାଜ୍ୟ ସହ ଓଡିଶାରେ ମଧ୍ୟ ୧୨ଟି ସ୍ଥାନରେ ହେବ ମକଡ୍ରିଲ । ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡଙ୍ଗୀ । ଆଜି ଅପରାହ୍ନ ୪ଟା ସମୟରେ ବିଭିନ୍ନ ସ୍ଥାନରେ ମକଡ୍ରିଲ୍ ହେବ । ଆଜିଠାରୁ ୭ଦିନ ଯାଏଁ ଏହି ମକଡ୍ରିଲ୍ ଚାଲିବ । ମକଡ୍ରିଲ୍ ଆରମ୍ଭ ହେବ ସାଇରନ୍ ବାଜିବା ସହ ମକଡ୍ରିଲ୍ ଶେଷ ହେଲେ ପୁଣିଥରେ ସାଇରନ୍ ବାଜିବ ।
କେଉଁ ସ୍ଥାନରେ ହେବ ମକଡ୍ରିଲ୍?
ତାଳଚେର
ବାଲେଶ୍ବର
କୋରାପୁଟ
ଭୁବନେଶ୍ବର
ଗୋପାଳପୁର
ହୀରାକୁଦ
ପାରାଦୀପ
ରାଉରକେଲା
ଭଦ୍ରକ
ଢେଙ୍କାନାଳ
ଜଗତସିଂହପୁର
କେନ୍ଦ୍ରାପଡା