କନକ ବ୍ୟୁରୋ : ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଆସନ୍ତାକାଲି ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକଡ୍ରିଲ୍ । ଏନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ୧୨ଟି ସ୍ଥାନରେ ହେବା ପରେ ଆଗକୁ ଗାଁରେ ବି ହେବ ମକଡ୍ରିଲ୍ । ଯୁଦ୍ଧ ସମୟରେ କ’ଣ କରିବାକୁ ପଡେ, ତା ଉପରେ ଆଡଭାଇଜରୀ ମଧ୍ୟ ଆସିବ । ଓଡ୍ରାଫ, ଅଗ୍ନିଶମ, ଓଡ଼ିଶା ପୋଲିସ, ଅର୍ଦ୍ଧ ସାମରିକ ବାହିନୀଙ୍କର ମକଡ୍ରିଲ୍ରେ ଭୂମିକା ରହିବ । ତେବେ ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ । ଏଭଳି ପରିସ୍ଥିତିରେ ଆମକୁ ସଜାଗ ରହିବା ସହ ସାମ୍ନା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଆସନ୍ତାକାଲି ଅପରାହ୍ଣ ୪ଟାରେ ମକଡ୍ରିଲ ହେବ,ଏହା ୭ ଦିନ ଧରି ଚାଲିବ। ମକ୍ଡ୍ରିଲ ସମୟରେ ୫ ମିନିଟ୍ ଧରି ବାଜିବ ସାଇରନ୍ । ଏନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ ।
ଆସନ୍ତାକାଲି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମକ୍ଡ୍ରିଲ; ଭୟଭୀତ ନହେବାକୁ ମନ୍ତ୍ରୀଙ୍କ ପରାମର୍ଶ
ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଆସନ୍ତାକାଲି ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକଡ୍ରିଲ୍ । ଏନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ୧୨ଟି ସ୍ଥାନରେ ହେବା ପରେ ଆଗକୁ ଗାଁରେ ବି ହେବ ମକଡ୍ରିଲ୍ । ଯୁଦ୍ଧ ସମୟରେ କ’ଣ କରିବାକୁ ପଡେ, ତା ଉପରେ ଆଡଭାଇଜରୀ ମଧ୍ୟ ଆସିବ ।
/kanak/media/media_files/2025/05/06/qZWMBRQ7zyBNoHa4p5tn.jpg)