କନକ ବ୍ୟୁରୋ: ପୁଣି ବାଜିଲା ସାଇରନ, ପୁଣି ହେଉଛି ବ୍ଲାକଆଉଟ୍ । ଆଗକୁ ହେବ କି ଯୁଦ୍ଧ । ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଓ ରାଜନୈତିକ ହଲଚଲ ଭିତରେ ପୁଣିଥରେ ଦେଶର ସୁରକ୍ଷାକୁ ନେଇ ଚର୍ଚ୍ଚା । ଅପରେସନ୍ ସିଲ୍ଡ ଅନ୍ତର୍ଗତ ସଂଧ୍ୟା ୫ଟାରୁ ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ହରିୟାଣା ଓ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେଉଛି ମକଡ୍ରିଲ୍ । ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ୍ ଓ ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଏସବୁ ରାଜ୍ୟକୁ ଅପରେସନ୍ ସିଲ୍ଡରେ ସାମିଲ କରାଯାଇଛି । ରାତି ୯ଟା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ସିଭିଲ ଡିଫେନ୍ସ ଏକ୍ସରସାଇଜ୍ କରାଯିବ, ଯେଉଁଥିରେ ୩୨ହଜାର ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ରାତି ୮ଟାରୁ ୮ଟା ୧୫ ପର୍ଯ୍ୟନ୍ତ ୧୫ ମିନିଟ୍ ବ୍ଲାକଆଉଟ୍ ହେ ବ। ବର୍ତ୍ତମାନର ଜରୁରୀକାଳୀନ ବ୍ୟବସ୍ଥାର ପରୀକ୍ଷଣ କରିବା, ବେସାମରିକ ପ୍ରଶାସନ, ପ୍ରତିରକ୍ଷା ବାହିନୀ ଏବଂ ସ୍ଥାନୀୟ ସମୁଦାୟ ମଧ୍ୟରେ ସମନ୍ୱୟରେ ଉନ୍ନତି ଆଣିବା ହେଉଛି ଏହି ଅଭ୍ୟାସର ଉଦ୍ଦେଶ୍ୟ । ଏହାଦ୍ୱାରା ଯେକୌଣସି ସଙ୍କଟର ତ୍ୱରିତ ଓ ପ୍ରଭାବୀ ମୁକାବିଲା ସୁନିଶ୍ଚିତ ହୋଇପାରି ବ। ସେପଟେ ଭାରତର ମକଡ୍ରିଲକୁ ନେଇ ଶତ୍ରୁରାଷ୍ଟ୍ର ପାକିସ୍ତାନ ଛାତିରେ ଛନକା ପଶିଛି । ଭାରତର ମକଡ୍ରିଲ ଆଳରେ ପୁଣିଥରେ ଆକ୍ରମଣ କରିବ କି ବୋଲି ଆଶଙ୍କା କରୁଛି ପାକିସ୍ତାନ । 

Advertisment

ଦ୍ବିତୀୟ ମକ୍‌ ଡ୍ରିଲ୍ କାହିଁକି?
ଗତ ମେ’ ୭ ତାରିଖରେ ପ୍ରଥମ ମକ୍ ଡ୍ରିଲ ହୋଇଥିଲା
ଅଭ୍ୟାସ ସମୟରେ ବେସାମରିକ ପ୍ରତିରକ୍ଷା ପ୍ରସ୍ତୁତିରେ କିଛି ତ୍ରୁଟି ପରିଲକ୍ଷିତ ହୋଇଥିଲା
ଏହି ଅଭାବକୁ ଦୂର କରିବା ପାଇଁ ଦ୍ୱିତୀୟ ମକ୍ ଡ୍ରିଲ୍ କରାଯାଉଛି
ପ୍ରଥମ ମକ୍ ଡ୍ରିଲ୍ ବେଳେ ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା
ଏହାସହ ପାକିସ୍ତାନର ବିଭିନ୍ନ ସହରରେ ମିସାଇଲ ମାଡ଼ କରିଥିଲା ଭାରତୀୟ ସେନା
ଅପରେସନ୍ ସିଲ୍ଡରେ ବିଭିନ୍ନ ସ୍ଥାନରେ ମକ୍ ଡ୍ରିଲ ସହ ବ୍ଲାକଆଉଟ୍ ହେବ
ସନ୍ଧ୍ୟା ୫ଟାରେ ପ୍ରଥମେ ସାଇରନ ବାଜିଛି
ରାତି ୯ଟା ପର୍ଯ୍ୟନ୍ତ ଚାଲିବ ଏହି ମକ୍ ଡ୍ରିଲ୍
ରାତି ୮ଟାରୁ ୮ଟା ୧୫ ଯାଏଁ ବ୍ଲାକଆଉଟ୍ 
ଜରୁରିକାଳୀନ ସେବାକୁ ବ୍ଲାକଆଉଟରୁ ବାଦ୍ ଦିଆଯିବ