କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ଡ୍ୟୁଟି ବେଳେ ଜେଲ ଭିତରେ ମୋବାଇଲ୍ ବ୍ୟବହାର । ନିଲମ୍ବିତ ହେଲେ କରଞ୍ଜିଆ ଉପକାରାଗାରର ୱାର୍ଡର ସ୍ବାଗତ ରଥ ଓ କୃଷ୍ଣଚନ୍ଦ୍ର ମହାନ୍ତି । ଏହା ସହ ହେଡ୍ କ୍ବାର୍ଟର ନଛାଡିବା ପାଇଁ ବାରିପଦା ଜେଲ ସିନିୟର ସୁପରିଟେଣ୍ଡେଣ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ୱାର୍ଡରଙ୍କୁ କର୍ତ୍ତବ୍ୟରେ ଅବେହେଳା, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ତଥା ମାନୁଆଲ ଉଲଂଘନ କରି ଜେଲ ଭିତରକୁ ମୋବାଇଲ ନେଇଥିବା ଅଭିଯୋଗ ହୋଇଛି। ଗତ କିଛି ମାସ ହେବ କରଞ୍ଜିଆ ଉପକାରାଗାର ଭିତରେ ବ୍ୟାପକ ବିଶୃଙ୍ଖଳା ହୋଇଥିବା ଅଭିଯୋଗ ହୋଇଥିଲା ।
ମୋବାଇଲ ପାଇଁ ନିଲମ୍ବିତ ହେଲେ ଜେଲ ୱାର୍ଡର ; ହେଡକ୍ୱାର୍ଟର ନଛାଡିବାକୁ ସୁପରିଟେଣ୍ଡେଣ୍ଟଙ୍କ ତାଗିଦ୍
ମହଙ୍ଗା ପଡ଼ିଲା ଡ୍ୟୁଟି ବେଳେ ଜେଲ ଭିତରେ ମୋବାଇଲ୍ ବ୍ୟବହାର । ନିଲମ୍ବିତ ହେଲେ କରଞ୍ଜିଆ ଉପକାରାଗାରର ୱାର୍ଡର ସ୍ୱାଗତ ରଥ ଓ କୃଷ୍ଣଚନ୍ଦ୍ର ମହାନ୍ତି । ଏହା ସହ ହେଡ୍ କ୍ବାର୍ଟର ନଛାଡିବା ପାଇଁ ବାରିପଦା ଜେଲ ସିନିୟର ସୁପରିଟେଣ୍ଡେଣ୍ଟ ନିର୍ଦ୍ଦେଶ ଦେଇଛନ୍ତି ।