ବଢିଲେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା : ଜାଣନ୍ତୁ କେଉଁ କମ୍ପାନୀର କେତେ ଗ୍ରାହକ ବୃଦ୍ଧି

Advertisment

ଜୁନ୍‌ ମାସରେ ରାଜ୍ୟରେ ୭୩୨୪୦ ନୂଆ ମୋବାଇଲ ‌ଫୋନ୍‌ ଗ୍ରାହକ ଯୋଡ଼ି ହୋଇଛନ୍ତି । ଏଥିଯୋଗୁ ଓଡ଼ିଶାରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୩ ଲକ୍ଷ ୨୧ ହଜାର ୨୩୬ରେ ପହଞ୍ଚିଛି

ଜୁନ୍‌ ମାସରେ ରାଜ୍ୟରେ ୭୩୨୪୦ ନୂଆ ମୋବାଇଲ ‌ଫୋନ୍‌ ଗ୍ରାହକ ଯୋଡ଼ି ହୋଇଛନ୍ତି । ଏଥିଯୋଗୁ ଓଡ଼ିଶାରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୩ ଲକ୍ଷ ୨୧ ହଜାର ୨୩୬ରେ ପହଞ୍ଚିଛି

45678900

Photograph: (kanaknews)

କନକବ୍ୟୁରୋ : ଜୁନ୍‌ ମାସରେ ରାଜ୍ୟରେ ୭୩୨୪୦ ନୂଆ ମୋବାଇଲ ‌ଫୋନ୍‌ ଗ୍ରାହକ ଯୋଡ଼ି ହୋଇଛନ୍ତି । ଏଥିଯୋଗୁ ଓଡ଼ିଶାରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୩ ଲକ୍ଷ ୨୧ ହଜାର ୨୩୬ରେ ପହଞ୍ଚିଛି । ମେ ମାସ ସୁଦ୍ଧା ଏମାନଙ୍କ ସଂଖ୍ୟା ୩ କୋଟି ୫୨ ଲକ୍ଷ ୪୭ ହଜାର ୯୯୬ ରହିଥିଲା। ଓଡ଼ିଶାରେ ସଂପ୍ରତି ୪ଟି କମ୍ପାନି ମୋବାଇଲ ଫୋନ ସେବା ପ୍ରଦାନ କରୁଛନ୍ତି ।

ସେଗୁଡ଼ିକ ମଧ୍ୟରେ ଗୋଟିଏ ରାଷ୍ଟ୍ରାୟତ୍ତ କମ୍ପାନି ବିଏସ୍‌ଏନ୍‌ଏଲ୍‌ ଥିବାବେଳେ ଅନ୍ୟ ୩ଟି ଘରୋଇ କମ୍ପାନି ଯଥା ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍‌ ଏବଂ ଭୋଡାଫୋନ ଆଇଡିଆ ରହିଛନ୍ତି ।  ଜୁନ ମାସରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ସର୍ବାଧିକ ବା ୧ କୋଟି ୬୩ ଲକ୍ଷ ୬୧ ହଜାର ୧୬୨ରେ ପହଞ୍ଚିଛି। ମେ ମାସରେ ଏହି କମ୍ପାନିର ଗ୍ରାହକ ସଂଖ୍ୟା ୧ କୋଟି ୬୨ ଲକ୍ଷ ୬୩ ହଜାର ୮୭୩ ରହିଥିଲା। ଅର୍ଥାତ ଜୁନ୍‌ରେ ଏହି କମ୍ପାନି ୯୭, ୨୮୯ ଜଣ ନୂଆ ମୋବାଇଲ ଗ୍ରାହକ ଓଡ଼ିଶାରେ ଯୋଡ଼ିଛି। ଏହା ପଛକୁ ଭାରତୀ ଏୟାରଟେଲ ରହିଛି ।

ଜୁନ୍‌ରେ କିନ୍ତୁ ଏହି କମ୍ପାନିର ଗ୍ରାହକ ସଂଖ୍ୟା ୧୨ ହଜାର ୩୪୧ ହ୍ରାସ ପାଇ ୧ କୋଟି ୧୯ ଲକ୍ଷ ୯୧ ହଜାର ୪୦୩ ରହିଛି। ମେ ମାସରେ ଏହାର ଗ୍ରାହକ ସଂଖ୍ୟା ୧ କୋଟି ୨୦ ଲକ୍ଷ ୩ ହଜାର ୭୪୪ ରହିଥିଲା। ରାଷ୍ଟ୍ରାୟତ୍ତ ବିଏସ୍‌ଏନ୍‌ଏଲ୍‌ର ଗ୍ରାହକ ସଂଖ୍ୟା ଜୁନ୍‌ ମାସରେ ୫୫ ଲକ୍ଷ ୪୦ ହଜାର ୬୨୨କୁ ହ୍ରାସ ପାଇଛି । ମେ ମାସରେ ଏହାର ମୋବାଇଲ ଫୋନ ଗ୍ରାହକ ସଂଖ୍ୟା ୫୫ ଲକ୍ଷ ୫୬ ହଜାର ୯୦୬ ରହିଥିଲା। ଅର୍ଥାତ୍‌ କମ୍ପାନି ଜୁନ ମାସରେ ୧୬ ହଜାର ୨୮୪ ଗ୍ରାହକ ହରାଇଛି । ଭୋଡାଫୋନ ଆଇଡିଆର ଗ୍ରାହକ ସଂଖ୍ୟା ଜୁନ ମାସରେ ୧୪ ଲକ୍ଷ ୨୮ ହଜାର ୪୯ ରହିଛି  ।

ମେ ମାସରେ ଏହାର ଗ୍ରାହକଙ୍କ ସଂଖ୍ୟା ୧୪ ଲକ୍ଷ ୨୩ ହଜାର ୪୭୩ ରହିଥିଲା। ଅର୍ଥାତ ଏହାର ଗ୍ରାହକଙ୍କ ସଂଖ୍ୟାରେ ୪ ହଜାର ୫୭୬  ବୃଦ୍ଧି ଘଟିଛି। ଅର୍ଥାତ ରାଜ୍ୟରେ ଜୁନ ମାସରେ ଦୁଇଟି କମ୍ପାନି ନୂଆ ଗ୍ରାହକ ଯୋଡ଼ିଥିବାବେଳେ ଦୁଇଟି କମ୍ପାନି ଗ୍ରାହକ ହରାଇଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି ।  ଅନ୍ୟପକ୍ଷରେ ଜୁନ ମାସରେ ଦେଶରେ  ୨୦ ଲକ୍ଷ ୧୩ ଜଣ ନୂଆ ମୋବାଇଲ ଗ୍ରାହକ ସାମିଲ ହୋଇଛନ୍ତି। ଫଳରେ ଦେଶରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୬ କୋଟି ୩୦ ଲକ୍ଷ ୨୬ ହଜାର ୩୯୩ରେ ପହଞ୍ଚିଛି। ମେ ମାସରେ ଏମାନଙ୍କ ସଂଖ୍ୟା ୧୧୬ କୋଟି ୧୦ ଲକ୍ଷ ୨୬ ହଜାର ୩୮୦ ରହିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe