ରାଜ୍ୟର ଅପହଞ୍ଚ ଇଲାକା ପାଇଁ ଏବେ ବି ମୋବାଇଲ ସାତ ସପନ, ଅଣ୍ଟା ଭିଡ଼ିଲା ବିଏସଏନଏଲ, ୨୪୭୨ ଗାଁରେ ପହଂଚିବାକୁ କଲା ଯୋଜନା

ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ହାଇ ସ୍ପିଡ ଫାଇବର ଟୁ ହୋମ୍ ସେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏସଏନଏଲ । ଡିଜିଟାଲ ଭାରତ ନିଧି ଅଧୀନରେ ସମସ୍ତ ଗ୍ରାମ ପଞ୍ଚାୟତକୁ ଏହି ସେବା ଯୋଗାଇବ ବିଏସଏନଏଲ । ବିଶେଷକରି ବିଦ୍ୟାଳୟ, ଡାକ୍ତରଖାନା ଓ ଗାଁରେ ହାଇସ୍ପିଡ ଫାଇବର ଟୁ ହୋମ୍ ସଂଯୋଗ କରୁଛି ବିଏସଏନଏଲ । 

09

କନକ ବ୍ୟୁରୋ : ଘଞ୍ଚ ଜଙ୍ଗଲ , ଆଉ ଏହି ନିଛାଟିଆ ଜଙ୍ଗଲ ଭିତରେ ହାତ ଗଣତି ଘର ।  ଯୋଗାଯୋଗ କହିଲେ ଘଞ୍ଚ ଜଙ୍ଗଲ ଭିତରେ ଥିବା ଅଣ ଓସାରିଆ ରାସ୍ତା। । ମୋବାଇଲ ନେଟୱର୍କ ତ ସାତ ସପନ । କାହା ସହ ଯୋଗାଯୋଗ କରିବାକୁ ହେଲେ ଜଙ୍ଗଲ ପାରି ହୋଇ ସହରକୁ ଆସିବାକୁ ପଡେ । କିନ୍ତୁ ଏବେ ନିଜ ଘର ଅଗଣାରେ ରହି ସାରା ଦୁନିଆ ସହ ଯୋଗାଯୋଗ କରିପାରିବେ ଏହି ଅପହଞ୍ଚ ଇଲାକାର ବାସିନ୍ଦାମାନେ । ତଥ୍ୟ କହୁଛି, ରାଜ୍ୟର ମୟୁରଭଞ୍ଜର ଶିମିଳିପାଳ, ଫୁଲବାଣୀ, ବୌଦ୍ଧ, କୋରାପୁଟ, ରାୟଗଡା ଓ ମାଲକାନଗିରି ଜିଲ୍ଲାର ଅନେକ ଗାଁରେ ନାହିଁ ମୋବାଇଲ ନେଟଓ୍ୱର୍କ ।  କିନ୍ତୁ ଖୁବ ଶୀଘ୍ର ଏହି ଅପହଞ୍ଚ ଅଞ୍ଚଳର ଲୋକମାନେ ଅତି ସହଜରେ  ସାରା ଦୁନିଆ ସହ ଯୋଡିହୋଇପାରିବେ । କାରଣ ଏହି ଅପହଞ୍ଚ ଅଞ୍ଚଳରେ ପହଞ୍ଚିବ ବିଏସଏନଏଲ । ରାଜ୍ୟରେ ୨ହଜାର ୪୭୨ଟି ଅପହଞ୍ଚ ଗାଁରେ ମୋବାଇଲ ସେବା ଯୋଗାଇବା ପାଇଁ ୧୬୬୫ଟି ଟାଓ୍ୱାର ଲଗାଉଛି ବିଏସଏନଏଲ । 

ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ହାଇ ସ୍ପିଡ ଫାଇବର ଟୁ ହୋମ୍ ସେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏସଏନଏଲ । ଡିଜିଟାଲ ଭାରତ ନିଧି ଅଧୀନରେ ସମସ୍ତ ଗ୍ରାମ ପଞ୍ଚାୟତକୁ ଏହି ସେବା ଯୋଗାଇବ ବିଏସଏନଏଲ । ବିଶେଷକରି ବିଦ୍ୟାଳୟ, ଡାକ୍ତରଖାନା ଓ ଗାଁରେ ହାଇସ୍ପିଡ ଫାଇବର ଟୁ ହୋମ୍ ସଂଯୋଗ କରୁଛି ବିଏସଏନଏଲ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୭ ତାରିଖରେ ଝାରସୁଗୁଡାରୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରାୟ ୧ ଲକ୍ଷ ବିଏସଏନଏଲ ୪ଜି ନେଟଓ୍ୱର୍କ ସାଇଟର ଶୁଭାରମ୍ଭ କରିଛନ୍ତି। ବିଏସଏନଏଲର ନେଟଓ୍ୱର୍କକୁ ନେଇ ଅନେକ ଅଭିଯୋଗ ଆସିଥିବାବେଳେ ଖୁବ ଶୀଘ୍ର ଏହାର ସମାଧାନ କରିବାକୁ ଯୋଜନା କରିଛି ବିଏସଏନଏଲ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe