ଆସୁନି ମୋବାଇଲ ନେଟୱାର୍କ ; ପାହାଡ଼ ଉପରେ ଚଢ଼ି ଅନଲାଇନ୍ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ପାଖରେ ମୋବାଇଲ୍‌ ଥାଇ କାମକୁ ନୁହେଁ । ମୋହନା ବ୍ଲକ ୩୯ଟି ପଞ୍ଚାୟତରୁ ଅଧିକାଂଶ ପଞ୍ଚାୟତରେ ଆସୁନି ନେଟ୍‌ୱର୍କ । ପାହାଡ଼ ଉପରେ ଚଢ଼ି ଅନଲାଇନ୍‌ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ ।

23

କନକ ବ୍ୟୁରୋ: ଗୋଟିଏ ପଟେ ସରକାର ଡିଜିଟାଲ ସେବା ଯୋଗାଉଛନ୍ତି । ଆଉ ଅନ୍ୟପଟେ ନେଟୱର୍କ ସୁବିଧାରୁ ବଞ୍ଚିତ ହୋଇ ରହିଛି ଅନେକ ପଞ୍ଚାୟତ । ଅନ୍‌ଲାଇନ ପାଠପଢ଼ା ହେଉ କି ଜରୁରୀ କାଳୀନ ସେବା ସବୁଥିରୁ ବଞ୍ଚିତ ହୋଇରହୁଛନ୍ତି । ମୋବାଇଲ ଅଛି କିନ୍ତୁ କୌଣସି କାର୍ଯ୍ୟରେ ଆସୁନାହିଁ । ୫ ରୁ ୬ କିଲୋମିଟର ଚାଲିଲେ ନେଟୱର୍କ ଆସୁଛି । ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତରୁ ଅଧିକାଂଶ ପଞ୍ଚାୟତ ବାସିନ୍ଦା ଏହି ସମସ୍ୟା ଭୋଗୁଛନ୍ତି । ଏନେଇ ଅଭିଯୋଗ କଲେ ବି କେହି ଶୁଣୁନଥିବା ଅଭିଯୋଗ ଆସିଛି  । ଏନେଇ ମୋହନା ବିଡିଓ ରାଜୀବ ଦାସଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe