କନକ ବ୍ୟୁରୋ: ସରକାରୀ ମେଡ଼ିକାଲରେ ଅନ୍ଧାର ।ମୋବାଇଲ ଲାଇଟରେ ଚାଲିଛି ରୋଗୀ ଚିକିତ୍ସା । ମୟୂରଭଞ୍ଜ ଜିଲ୍ଲା ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଏବେ ସ୍ବାସ୍ଥ୍ୟ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ସ୍ୱାସ୍ଥ୍ୟ ବିଭାଗର ଭିତ୍ତିଭୂମି କେତେ ସୁଦୃଢ଼ ତାହା ଜଳ ଜଳ ହୋଇ ଦେଖାଯାଉଛି । ମେଡିକାଲର ମେଡିସିନ ବିଭାଗରେ ମୋବାଇଲ ଲାଇଟରେ ଚିକିତ୍ସା ପାଖାପାଖି ଦେଢ଼ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ଯେଉଁ ରୋଗୀ ସବୁ ମେଡିକାଲକୁ ଆସିଥିଲେ ସେମାନଙ୍କୁ ଏହି ଅବସ୍ଥାରେ ହିଁ ଚିକିତ୍ସା କରାଯାଇଥିଲା । ସରକାରୀ ମେଡ଼ିକାଲରେ ଅନ୍ଧାରରେ ଟର୍ଚ୍ଚ ଲାଇଟରେ ଚିକିତ୍ସା ହେବା ଏବେ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us