ମାରାତ୍ମକ ହେଉଛି ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ଅଭ୍ୟାସ ନଚେତ୍ ହୋଇପାରେ ଏହି ସମସ୍ୟା

Advertisment

ଘରେ ଫୋନ୍, ଅଫିସରେ ଫୋନ୍, ରାସ୍ତାରେ ଫୋନ୍, ଆଉ ଗାଡ଼ି ଚଳାଇଲା ବେଳେ ବି ଫୋନ୍ । ଫୋନ୍ ସହ ଖାଇବା, ଫୋନ୍ ଧରି ଶୋଇବା ନିଶା ଏବେ ଯୁବପିଢ଼ିଙ୍କୁ ଘାରିବାରେ ଲାଗିଛି । ଏପରିକି ଦିନ ସାରା ଫୋନର ଲାଗି ରହିବା

ଘରେ ଫୋନ୍, ଅଫିସରେ ଫୋନ୍, ରାସ୍ତାରେ ଫୋନ୍, ଆଉ ଗାଡ଼ି ଚଳାଇଲା ବେଳେ ବି ଫୋନ୍ । ଫୋନ୍ ସହ ଖାଇବା, ଫୋନ୍ ଧରି ଶୋଇବା ନିଶା ଏବେ ଯୁବପିଢ଼ିଙ୍କୁ ଘାରିବାରେ ଲାଗିଛି । ଏପରିକି ଦିନ ସାରା ଫୋନର ଲାଗି ରହିବା

23 MOBILE LIGHT RAJA

Photograph: (kanaknews)

କନକ ବ୍ୟୁରୋ :  ଘରେ ଫୋନ୍, ଅଫିସରେ ଫୋନ୍, ରାସ୍ତାରେ ଫୋନ୍, ଆଉ ଗାଡ଼ି ଚଳାଇଲା ବେଳେ ବି ଫୋନ୍ । ଫୋନ୍ ସହ ଖାଇବା, ଫୋନ୍ ଧରି ଶୋଇବା ନିଶା ଏବେ ଯୁବପିଢ଼ିଙ୍କୁ ଘାରିବାରେ ଲାଗିଛି । ଏପରିକି ଦିନ ସାରା ଫୋନର ଲାଗି ରହିବା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ଆପଣଙ୍କ ଶରୀରକୁ ବିଭିନ୍ନ ଢଙ୍ଗରେ କ୍ଷତି ପହଞ୍ଚାଉଛି ବୋଲି ସତର୍କ କରାଇଛନ୍ତି ବିଶେଷଜ୍ଞ ।   
ଏମ୍ସର ନ୍ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟଙ୍କା ସେରାୱତ୍ କହିଛନ୍ତି ଯେ ଆଜିର ଆଧୁନିକ ଦୁନିଆରେ ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଫୋନ୍ ଦେଖିବା ଆରମ୍ଭ କରିଦେଉଛନ୍ତି ।

ଆଉ ରାତିରେ ଶୋଇବା ପୂର୍ବରୁ ଘଣ୍ଟା ଘଣ୍ଟା ଧରି ଫୋନ୍ ଦେଖି ଶୋଉଛନ୍ତି । ଏଭଳି ବ୍ୟାଡ୍ ହାବିଟ୍ ବା ବଦ ଅଭ୍ୟାସ ଅନେକଙ୍କୁ ମନୋରଞ୍ଜନ ଧର୍ମୀ ଲାଗୁଥାଇପାରେ କିନ୍ତୁ ଏହା ସାଇଲେଣ୍ଟ୍ କିଲର ଭାବେ ଲୋକଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ , ଖାସ୍ କରି ନିଦ୍ରାର ସାଇକେଲିଂକୁ ନଷ୍ଟ କରି କରି ଚାଲେ ।

ଯେତେ ଦିନର କାଶ ହେଉ ଶୀଘ୍ର ଭଲ ହେବ : ଉପଶମ କରିବ ଘରୋଇ ଉପଚାର

ଆପଣ ଯଦି ସକାଳୁ ଉଠୁ ଉଠୁ ମୋବାଇଲ୍ ଦେଖିବା ଆରମ୍ଭ କରୁଛନ୍ତି ତେବେ ଅନେକ କ୍ଷେତ୍ରରେ ଆପଣ ପ୍ରଭାବିତ ହେବେ । ଫଳରେ ଆପଣଙ୍କ ସାରାଦିନର କାର୍ଯ୍ୟ ଦକ୍ଷତା ଓ ଦୈନନ୍ଦିନ ଜୀବନର ପ୍ରଭାବିତ ହୋଇଥାଏ । ତେବେ ଏଭଳି ବଦ ଅଭ୍ୟାସରୁ କେମିତି ମୁକୁଳିବେ? 

କେମିତି ଭାଙ୍ଗିବେ ଏହି ବଦ ଅଭ୍ୟାସ?

ବରିଷ୍ଠ ଚିକିତ୍ସିକଙ୍କ କହିବା ଅନୁସାରେ...ଏଭଳି ବ୍ୟାଡ୍ ହାବିଟ୍ ପୂରା ବଡିକୁ ପ୍ରଭାବିତ କରିଥାଏ । କାରଣ ଏହା ଚିନ୍ତା ବଢିବା ସହ ମୁଣ୍ଡବିନ୍ଧା ମଧ୍ୟ ବଢ଼ାଇ ଥାଏ । ଡାକ୍ତରଙ୍କ ମତରେ ଏଭଳି ଅଭ୍ୟାସ ଭାଙ୍ଗିବା ପାଇଁ ଏକ ଡେଲି ରୁଟିନ୍ ଫଲୋ କରିବା ଆବଶ୍ୟକ । ଏହି ରୁଟିନରେ ସକାଳୁ ସକାଳୁ ମୋବାଇଲ୍ ସ୍କ୍ରିନ୍ ଲାଇଟ୍ ବଦଳରେ ସନ୍ ଲାଇଟକୁ ଯାଆନ୍ତୁ । ବଡ଼କଥା ହେଉଛି ସୂର୍ଯ୍ୟ କିରଣ ସହ ଘରର ବିଭିନ୍ନ କୋଣ ଅନୁକୋଣକୁ ଦେଖିବା ଏବଂ ପରିବାର ସହ ସମୟବିତାନ୍ତୁ । ଠିକ୍ ସେହିଭଳି ରାତିରେ ସ୍କ୍ରିନ୍ ଏକ୍ସପୋଜକୁ ସୀମିତ କରନ୍ତୁ । ବିଶେଷକରି ଶୋଇବା ପୂର୍ବରୁ ମୋବାଇଲଠାରୁ ଦୂରେଇ ରହି ବହି ପଢ଼ିବା ଅଭ୍ୟାସ କରନ୍ତୁ । ଯାହାକି ନିଦ ଲାଗିବା ସହ ଆପଣଙ୍କ ମାନସିକ ସନ୍ତୁଳନ ସଠିକ୍ ରଖିବାରେ ସହାୟକ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe