ବିଧାନସଭାକୁ ମୋବାଇଲ୍ ମନା; ପାଣି ବୋତଲ ଉପରେ ବି ଲାଗିଲା କଟକଣା

Advertisment

ବିଧାନସଭା ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନ କରିବା ପାଇଁ ବାଚସ୍ପତି ସୁରମା ପାଢୀ ନର୍ଦ୍ଦେଶ ଦେଇଛନ୍ତି। ଗୃହରେ ବିଧାୟକ ମାନେ ଫୋନରେ ଫୋଟ ଉଠାଉଛନ୍ତି।

ବିଧାନସଭା ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନ କରିବା ପାଇଁ ବାଚସ୍ପତି ସୁରମା ପାଢୀ ନର୍ଦ୍ଦେଶ ଦେଇଛନ୍ତି। ଗୃହରେ ବିଧାୟକ ମାନେ ଫୋନରେ ଫୋଟ ଉଠାଉଛନ୍ତି।

odisha assembly

କନକ ବ୍ୟୁରୋ : ବିଧାନସଭାକୁ ମୋବାଇଲ୍ ମନା। ପାଣି ବୋତଲ ବ୍ୟବହାର ଉପରେ ମଧ୍ୟ ଲାଗିଲା କଟକଣା। ବିଧାନସଭା ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନ କରିବା ପାଇଁ ବାଚସ୍ପତି ସୁରମା ପାଢୀ ନର୍ଦ୍ଦେଶ ଦେଇଛନ୍ତି। ଗୃହରେ ବିଧାୟକ ମାନେ ଫୋନରେ ଫୋଟ ଉଠାଉଛନ୍ତି। ତେଣୁ ମୋବାଇଲ୍ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ବାଚସ୍ପତି। ଏଥିସହ ବାଚସ୍ପତି କହିଛନ୍ତି, ବାହାରେ ପାଣିର ବ୍ୟବସ୍ଥା ରହିଛି କିନ୍ତୁ ବିଧାୟକମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି।

ପୂର୍ବରୁ ୨୦୨୨ରେ ମୋବାଇଲ୍ ବ୍ୟାନ୍ କରିଥିଲେ ଆନ୍ଧ୍ର ବିଧାନସଭା ବାଚସ୍ପତି । ସଦସ୍ୟମାନେ ଗୃହ କାର୍ଯ୍ୟ ରେକଡିଂ କରି ପୋଷ୍ଟ କରୁଥିବାରୁ ଲାଗିଥିଲା କଟକଣା । ୨୦୨୩ରେ ଗୃହରେ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଇଥିଲେ ୟୁପି ବାଚସ୍ପତି । ଡକ୍ୟୁମେଣ୍ଟ ଚିରିବା, ବଡ଼ ପାଟି କରିବା ଓ ଜୋରରେ ହସିବା ଉପରେ ଲାଗିଥିଲା କଟକଣା । କୌଣସି ବିଧାନସଭାରେ ପାଣି ବୋତଲ ଉପରେ କଟକଣା ଲାଗିନଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe