ପୁଣି ପିଟିଲା ମୋ ବସ୍ ; ପରିବା ବ୍ୟବସାୟୀ ଆହତ

ପୁଣି ପିଟିଲା ମୋ ବସ୍ । କଟକ ମଲା ଚଣ୍ଡିଆ ଛକ ନିକଟରେ ଦୁର୍ଘଟଣା ।ମୋ ବସ୍‌ ଧକ୍କାରେ ପରିବା ବ୍ୟବସାୟୀ ଆହତ । ବେପରଓ୍ବା ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଅଭିଯୋଗ, ଡ୍ରାଇଭର ଅଟକ ।

Mo bus--

Mo bus-- Photograph: (kanakNews)

କନକ ବ୍ୟୁରୋ: ପୁଣି ପିଟିଲା ମୋ ବସ୍‌। କଟକରେ ପରିବା ବ୍ୟବସାୟୀଙ୍କୁ ଦେଲା ଧକ୍କା।   କଟକ ମଲା ଚଣ୍ଡିଆ ଛକ ନିକଟରେ ଦୁର୍ଘଟଣା । ଡ୍ରାଇଭରର ବେପରୁୱା ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଡ୍ରାଇଭରକୁ ଥାନାକୁ ନେଇ ଅଟକ ରଖିଛି ପୋଲିସ। ତିନି ଦିନ ତଳେ ଭୁବନେଶ୍ବର ନନ୍ଦନ କାନନ ରାସ୍ତାରେ ମୋ ବସ୍ ଧକ୍କାରେ ୧୨ ବର୍ଷର ନାବାଳିକାର ହୋଇଥିବା ମୃତ୍ୟୁ । ଆଉ ଏବେ ପୁଣି ଆଉ ଏକ ଦୁର୍ଘଟଣା ଘଟାଇଛି ମୋ ବସ  । ପ୍ରଶ୍ନ ଉଠୁଛି, ବାରାମ୍ବାର ଏଭଳି ଦୁର୍ଘଟଣା ପରେ ବି କାହିଁକି ସତର୍କତା ଅବଲମ୍ବନ କରୁ ନାହାଁନ୍ତି ମୋ ବସ୍ ଚାଳକ। କାହିଁକି ଚୁପ୍‌ ବସିଛି କ୍ରୁଟ୍ କର୍ତ୍ତୃପକ୍ଷ। 

ନିକଟରେ ନନ୍ଦନକାନନ ରୋଡ ରଘୁନାଥପୁର ରାସ୍ତାରେ ଏକ ନାବାଳିକା ଉପରେ ମୋ  ବସ୍  ମାଡିଯିବାରୁ ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିଲା। ଏହାର କିଛି ମାସ ପୂର୍ବରୁ ଆଚାର୍ୟ୍ୟବିହାର ଛକ ନିକଟରେ ମଧ୍ୟ ମୋ ବସ୍ ଧକ୍କାରେ ଯୁବତୀ ଗୁରୁତର ହୋଇଥିଲେ । ତାଙ୍କର ଗୋଟିଏ ହାତ ଛିଡିଯାଇଥିଲା । ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାରୁ ମୋ ବସ୍ ଡ୍ରାଇଭରଙ୍କ ପ୍ରତି ଲୋକଙ୍କ ରାଗ ସ୍ପଷ୍ଟ ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe