କନକ ବ୍ୟୁରୋ: ସ୍ପିଡ ଉପରେ ନିୟନ୍ତ୍ରଣ ନାହିଁ । ବେପରୁଆ ଗାଡି ଚଳାଉଛନ୍ତି ମୋ ବସ ଡ୍ରାଇଭର । ରାଜଧାନୀରେ ଏହି ବସ ଏବେ ଆତଙ୍କ ରଚିଲାଣି । ସକାଳୁ ସକାଳୁ ଭୁବନେଶ୍ବରରେ ମୁଣ୍ଡ ନେଇଛି ମୋ ବସ । ବସ ଚକାତଳେ ଚାପି ହୋଇ ଯାଇଛି ଜଣେ ୧୨ ବର୍ଷିୟ ନାବାଳିକା ମିନତୀ ଜୁଆଡିଙ୍କ ଜୀବନ । ନନ୍ଦନକାନନ ଥାନା ରଘୁନାଥପୁରରେ ନାବାଳିକା ସାଇକେଲରେ ଫୁଲନେଇ ଯାଉଥିବାବେଳେ ମୋ ବସ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା । ଆଶ୍ଚର୍ୟ୍ୟର କଥା ହେଲା, ଦୁର୍ଘଟଣା ପରେ ମୋ ବସ ଡ୍ରାଇଭର ଦୁର୍ଘଟଣାସ୍ଥଳରୁ ଚମ୍ପଟ ମାରି ଥାନାରେ ପଂହଚିଥିଲା ।
କୁଆଡ଼େ ଗଲା ‘କ୍ରୁଟ୍’ ନିର୍ଦ୍ଦେଶ?
ଡ୍ରାଇଭରଙ୍କୁ ସାବାଡ଼ କରିବ କିଏ ?
ମୋ ବସ ଦୁର୍ଘଟଣା ପରେ ତାତିଥିଲେ ସ୍ଥାନୀୟ ଲୋକେ । ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ-ପଟିଆ ରାସ୍ତା ଅବରୋଧ କରିଥିଲେ । ଟାୟାର ଜାଳିଥିଲେ । ମୋ ବସକୁ ବି ଅଟକାଇଥିଲେ । ଫଳରେ ଦୀର୍ଘସମୟ ଧରି ଗାଡି ଚଳାଚଳ ଠପ ହୋଇଯାଇଥିଲା । ଘଟଣାକୁ ସ୍ଥଳରେ କ୍ରୁଟ ଅଧିକାରୀ ଓ ପୁଲିସ ପ୍ରଶାସନ ପଂହଚି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବାକୁ ପ୍ରତିଶ୍ରୃତି ମିଳିବା ପରେ ରାସ୍ତାରୋକ ହଟିଥିଲା । ରାଜଧାନୀରେ ମୋ ବସ ଡ୍ରାଇଭର ନିୟମ ମାନୁନାହାନ୍ତି । ଫଳରେ ରାଜଧାନୀରେ ବାରମ୍ବାର ଦୁର୍ଘଟଣା ଘଟୁଛି
କିଛି ଦିନ ତଳେ ମୋ ବସ ଦୁର୍ଘଟଣାରେ ଚନ୍ଦ୍ରଶେଖରପୁରରେ ଜଣେ ଯୁବତୀ ଆହତ ହୋଇଥିଲେ । ଏହାପରେ ମୋ ବସର ବେଗକୁ କମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତାସତ୍ବେ ଏହାକୁ ମାନୁନାହାନ୍ତି ଡ୍ରାଇଭର ।