କନକ ବ୍ୟୁରୋ : କାଗଜପତ୍ର,  ବହି ଖାତାରେ ଆଉ ଚାଲିବନି ବିଧାନସଭାର ଗୃହ କାର୍ଯ୍ୟ । ବଜେଟ ହେଉ କି, ପ୍ରଶ୍ନଉତ୍ତର ସବୁ ଚାଲିବ ଡିଜିଟାଲରେ । ଏଣିକି ସ୍ମାର୍ଟ ହେବେ ଆମ ବିଧାୟକ ।  ନଜର ପକାନ୍ତୁ ଏ ଦୃଶ୍ୟ ଉପରେ, ୧୪୬ ବିଧାୟକଙ୍କ ଟେବୁଲରେ ଖଂଜା ଯାଇଛି ବ୍ରାଣ୍ଡେଡ ଟ୍ୟାବଲେଟ । ବିଧାନସଭାର ନେଭା ପକ୍ଷରୁ ସଦସ୍ୟଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓଡିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ ଅଧୀନରେ ଡିଜିଟାଲ ହାଉସର ଶୁଭାରମ୍ଭ କରିଛନ୍ତି ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ।

Advertisment

ଟ୍ୟାବରୁ  ପଢ଼ିବେ ବିଧାୟକ 
ଗୋଟିଏ କ୍ଲିକରେ ବିଧାନସଭାର ସୁବ ପ୍ରଶ୍ନର ଉତ୍ତର ପାଇବେ ବିଧାୟକ
ବିଧାନସଭାର ସବୁ କାର୍ଯ୍ୟସୂଚୀ ଉପଲବ୍ଧ  ହେବ
ତାରକା ଓ ଅଣତାରକା ପ୍ରଶ୍ନ, ବଜେଟ ଭଳି ସବୁ ତଥ୍ୟ ଟ୍ୟାବରୁ ଉପଲବ୍ଧ ହେବ
ବିଧାୟକଙ୍କ ପ୍ରଦର୍ଶନ, ଗୃହ ଆଲୋଚନାର ସବୁ ତଥ୍ୟ ରହିବ ଏହି ଟ୍ୟାବରେ
କେତେ ବିଧାୟକ ଉପସ୍ଥିତ ରହୁଛନ୍ତି, କିଏ କେତେ ବିତର୍କରେ ଭାଗ ନେଇଛନ୍ତି ତା’ର ତଥ୍ୟ ବି ରହିବ
ବିଭିନ୍ନ ବିଲ୍ ଆଲୋଚନା ସମୟରେ ଇ- ଭୋଟିଂ ଦେଇପାରିବେ ସଦସ୍ୟ

ବିଧାନସଭା ଡିଜିଟାଲାଇଜେସନକୁ ନେଇ ବେଶ ଉତ୍ସାହିତ ସବୁ ବିଧାୟକ । ଏହି ବ୍ୟବସ୍ଥା ସମସ୍ତଙ୍କ ପାଇଁ ଲାଭ ଦାୟକ ହେବ ବୋଲି କହିଛନ୍ତି । ବିଧାନସଭାକୁ ୮୪ ଜଣ ନୂଆ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ବହୁ ବିଧାୟକ ନୂଆ ଟେକନେଲୋଜି, ଟ୍ୟାବ ବ୍ୟବହାର ଉପରେ ଅଜ୍ଞ । ତେଣୁ ଏହି ସଦସ୍ୟଙ୍କ ପାଇଁ ଆହୁରି ପ୍ରଶିକ୍ଷଣର ଆବଶ୍ୟକତା ରହିଛି ।