କନକ ବ୍ୟୁରୋ: ବିଧାନସଭାରେ ଉଠିଲା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ଏନେଇ ବିଧାନସଭାରେ ଲିଖିତ ପ୍ରଶ୍ନ ପଚାରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟା ଘଟଣାର ତଦନ୍ତ ବର୍ତ୍ତମାନ କେଉଁ ସ୍ତରରେ ରହିଛି ଓ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏହି ଘଟଣାରେ କାହା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ତଦନ୍ତ ସମୟରେ ମୃତକଙ୍କ ପରିବାରର କେଉଁ କେଉଁ ସଦସ୍ୟଙ୍କ ବୟାନ ରେକର୍ଡ ହୋଇଛି । ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇକୁ କେବେ କେଉଁ ଉପାୟରେ ଅନୁରୋଧ କରିଥିଲେ ଏବଂ ଏଫବିଆଇ ତଦନ୍ତ କେଉଁ ସ୍ତରରେ ରହିଛି ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର । ଅନ୍ୟପଟେ ଘଟଣା ଉପରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କାମ ସାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Follow Us