କନକ ବ୍ୟୁରୋ: କ୍ୱାର୍ଟର ନମିଳିଲେ ଅନଶନ କରିବେ ବିଧାୟକ । ବିଷମ କଟକ ବିଧାୟକ ନୀଳମାଧବ ହିକକା ଏଭଳି ଧମକ ଦେଇଛନ୍ତି । ବିଧାୟକ ଭାବେ ନିର୍ବାଚନ ହେବାରେ ୬ ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ନୀଳମାଧବଙ୍କୁ ମିଳିନାହିଁ ସରକାରୀ କ୍ବାର୍ଟର । ଯାହାକୁ ନେଇ ଅସନ୍ତୋଷ ଝାଡ଼ିବା ସହ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି । କଂଗ୍ରେସ ବିଧାୟକ ବୋଲି ସରକାର ତାଙ୍କୁ ହେୟଜ୍ଞାନ କରୁଥିବା ଅଭିଯୋଗ କରିଛନ୍ତି ।
ଜଣେ ବିଧାୟକ ଭାବେ ସେ ଅତିଥି ଭବନ ଓ ହୋଟେଲରେ ରହିବାକୁ ବାଧ୍ୟ ହେଉଛନ୍ତି । ବିଧାୟକ କ୍ବାର୍ଟର ୩/୧ ତାଙ୍କୁ ଆଲର୍ଟ ହୋଇଥିଲେ ବି ଏପର୍ଯ୍ୟନ୍ତ ସେହି କ୍ବାର୍ଟରରେ ତାଙ୍କୁ ରହିବାକୁ ମିଳିନାହିଁ। ଉକ୍ତ କ୍ବାର୍ଟର ଜିତୁ ମିତ୍ରଙ୍କ ନାଁରେ ରହିଛି । କିନ୍ତୁ ସେଠାରେ ରାଜ୍ୟସଭା ସାଂସଦ ମୁନା ଖାଁ ରହୁଥିବା ଅଭିଯୋଗ କରିଛନ୍ତି ନୀଳମାଧମ ହିକକା । ସାଂସଦ ଘର ଛାଡ଼ୁନଥୁବା ବେଳେ ଅନ୍ୟପଟେ ବିଧାୟକଙ୍କ ବାପା-ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି । ଏପରି ସ୍ଥିତି ଆଉ କେତେ ଦି ଅତିଥି ଭବନରେ ରହିବେ ବୋଲି ପ୍ରଶ୍ନ କରିଛନ୍ତି ବିଷକ କଟକ ବିଧାୟକ ।