କନକ ବ୍ୟୁରୋ : ଆସିକାରେ ଭାଇରାଲ ଅଡିଓକୁ ନେଇ ଚର୍ଚ୍ଚା । ଅଡିଓରେ ଆସିକା ବିଧାୟକ ସରୋଜ କୁମାର ପାଢୀ ବାଲିଘାଟ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଦୁଇ ଜଣ ବାଲି ମାଫିଆଙ୍କୁ ସେ ବାଲିଘାଟ ବାବଦକୁ ବଟି ମାଗୁଥିବାର ଅଭିଯୋଗ ଆଣିଛି ବିଜେଡି । ଆସିକା ବିଜେଡି ଏନେଇ ସାମ୍ବାଦିକ ସମ୍ମିଳନୀ ଡକାଇ ବିଧାୟକଙ୍କ ଏପରି ଖୋଲମ୍ ଖୋଲା ବାଲି ମାଫିଆଙ୍କୁ ବଟି ମାଗିବାକୁ ବିରୋଧ କରିଛି ।

Advertisment

ଘାଟ ନିଲାମଧାରୀ ସୁଧାକର ଚୌଧୁରୀ ଓ ଜଗଦଲପୁର ବାଲିଘାଟ ମାଲିକ ନୃସିଂହ ନାୟକଙ୍କୁ ଫୋନ୍ ଯୋଗେ ଟଙ୍କା ମାଗିବାର ଅଡିଓ ଘୁରି ବୁଲୁଛି । ଏହି ଅଡିଓ ବିଧାୟକଙ୍କର ବୋଲି ଅଭିଯୋଗ ହୋଇଛି । ଏହି ଅଡିଓକୁ ନେଇ ଆସିକାରେ ରାଜନୀତି ସରଗରମ ହୋଇଥିବା ବେଳେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସରୋଜ ପାଢୀ । ତାଙ୍କୁ ବଦନାମ କରିବାକୁ ଚକ୍ରାନ୍ତ କରାଯାଇଛି ବୋଲି ସେ ସଫେଇ ଦେଇଛନ୍ତି ।