୫୦ ହଜାର ଦେବେ ବୋଲି କହିଲେ, ହେଲେ ୫ ହଜାର ଟଙ୍କା ଦେଇ ବସିଲେ  ; ସୁଭଦ୍ରା ଟଙ୍କାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ରଣେନ୍ଦ୍ର ସ୍ବାଇଁ

ଶୂନ୍ୟକାଳରେ ବିଜେପି ସରକାରଙ୍କ ସୁଭଦ୍ରା ଯୋଜନାକୁ ନେଇ ବର୍ଷିଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ... କହିଲେ କହିଲେ , ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା ଦେବେ ବୋଲି କହିଲେ ହେଲେ...

ଅଦ୍ୟତନ ହୋଇଛି
42raja

କନକ ବ୍ୟୁରୋ: ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା ଦେବେ ବୋଲି କହିଲେ ନୂଆ ସରକାର । ହେଲେ ସରକାରକୁ ଆସିଲା ପରେ କଥା ବଦଳିଲା ପରି ଲାଗୁଛି । ୫ ବର୍ଷରେ ୫୦ ହଜାର ଦେବ ବୋଲି କହିଲା ଏବେ ଏହାକଣ ମହିଳାଙ୍କୁ ଭଣ୍ଡାଇଲେ ନାହିଁ କି ?  ବିଜେପି ସରକାର ଯେଉଁଠି ଡବଲ ଇଞ୍ଜିନ ସରକାର ଅଛି, ସେଠି ମହିଳା ମାନଙ୍କ ପାଇଁ ଡବଲ ଷ୍ଟାଣ୍ଡାର୍ଡ ନୀତି ଗ୍ରହଣ କରୁଛନ୍ତି’ ।
 
ରଣେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, ’ହରିୟାଣାରେ ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ୨୧୦୦ ଟଙ୍କା ଦେଉଛନ୍ତି, ହେଲେ ଓଡ଼ିଶାରେ ଦିନକୁ ୨୭ ଟଙ୍କା ଦେଉଛନ୍ତି । ୨୭ ଟଙ୍କାରେ କେଉଁ ମହିଳା ଉଦ୍ୟୋଗୀ ହେବେ? ବିଜେପିର ଯେଉଁ ମୁହଁରେ ଅରୁଆ ସେହି ମୁହଁରେ ଉଷୁନା । ଡବଲ ଇଞ୍ଜିନ ସରକାରରେ ଡବଲ ଷ୍ଟାଣ୍ଡାର୍ଡ ନୀତି ଛାଡ଼ନ୍ତୁ । ଉପ ମଖ୍ୟମନ୍ତ୍ରୀ ଓ ସରକାରୀ ଦଳର ସଦସ୍ୟମାନେ ବାହାବାହା ନେଉଛନ୍ତି ସରକାର, ହେଲେ ମାସକୁ ମାତ୍ର ୮୮୩ ଟଙ୍କା ଦେଇ କିପରି ସସକ୍ତ କରିବେ’ ବୋଲି ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe