କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଆଗରେ କଲେକ୍ଟରଙ୍କ ବିରୋଧରେ ଅଭିଯୋଗ କଲେ ବିଧାୟକ । ସମ୍ବଲପୁର ରେଙ୍ଗାଲି ବ୍ଲକ ଲପଙ୍ଗା ସ୍ଥିତ ହିଣ୍ଡାଲକୋ ପଡିଆରେ କାର୍ଯ୍ୟକ୍ରମ  ଚାଲିଥିଲା । ମଞ୍ଚ ଉପରେ ବସିଥିଲେ ମୁଖ୍ୟମନ୍ତ୍ରୀ । ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଭାଷଣ ଦେବା ବେଳେ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ କରିଥିଲେ । ବିଜେଡି ବିଧାୟକ ହରିପାଲ କହିଥିଲେ , ରେଙ୍ଗାଲିରେ ଥିବା କମ୍ପାନୀ ଗୁଡ଼ିକରେ କେତେ ସ୍ଥାନୀୟ ଲୋକ ନିଯୁକ୍ତି ପାଇଛନ୍ତି , ଏନେଇ ତଥ୍ୟ ମାଗିଲେ ଜିଲ୍ଲାପାଳ ଦେଉ ନାହାନ୍ତି ।

Advertisment

ଅଧିକ ପଢନ୍ତୁ :ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୬୪.୬୬ ପ୍ରତିଶତ ଭୋଟ୍ ଦାନ

ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି , କମ୍ପାନିରେ ୯୦ ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉ । କମ୍ପାନିରେ ନିଯୁକ୍ତ ମୋଟ ଅଣକୁଶଳୀ ଶ୍ରମିକଙ୍କ ମଧ୍ୟରୁ ୯୦ ପ୍ରତିଶତ ସ୍ଥାନୀୟ ଲୋକ ରହିବାର ନୀତି ରହିଛି । ସେହିପରି ମୋଟ କୁଶଳୀ ଶ୍ରମିକଙ୍କ ମଧ୍ୟରୁ ୭୦ ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତ କରନ୍ତୁ କମ୍ପାନି । ଏନେଇ ନୀତିକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।  ଅଞ୍ଚଳର ଯୁବକଙ୍କୁ କୁଶଳୀ କରିବା ଲାଗି ସମ୍ବଲପୁରରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ହିଣ୍ଡାଲକୋର ନୂତନ ଏଫଆରପି ୟୁନିଟ ଓ ସ୍ୱତନ୍ତ୍ର ବ୍ୟାଟେରୀ ଫଏଲ ୟୁନିଟର ଲୋକାର୍ପଣ ସହ ଆଦିତ୍ୟ ଆଲୁମିନିୟମ ସ୍ମେଲଟର କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।