କନକ ବ୍ୟୁରୋ: କେବଳ ମଦ ନୁହେଁ ଗୁଟଖାରୁ ବି ବିପୁଳ ପରିମାଣର ଆଦାୟ ହେଉଛି ରାଜସ୍ୱ । ରାଜ୍ୟରେ ବର୍ଷକରେ ଗୁଟଖା ଉପରୁ ୧ ହଜାର କୋଟିରୁ ଅଧିକ ଟିକସ ଆଦାୟ ହୋଇଛି । ୨୦୨୩-୨୪ ଆଥିକ ବର୍ଷରେ ରାଜ୍ୟ ସରକାର ଗୁଟଖାରୁ ୧ ହଜାର ୧୨ କୋଟି ଟଙ୍କା ଆୟ କରିଛନ୍ତି । ଗୁଟଖା, ପାନ ମସଲା ଏବଂ ଅନ୍ୟ ଟବାକୋ ସାମଗ୍ରୀ ଉପରୁ ଏହି କର ଆଦାୟ କରାଯାଇଛି। ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୂଚନା ଦେଇଛନ୍ତି ।

ବିଧାନସଭାରେ ଝାରସୁଗୁଡା ବିଧାୟକ ଟଙ୍କଟର ତ୍ରୀପାଠୀଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୭ରେ ଗୁଟକା ସାମଗ୍ରୀ ଉପରେ ଜିଏସଟି ଲାଗୁ କରିଥିଲେ ରାଜ୍ୟ ସରକାର । ଏସବୁ ସାମଗ୍ରୀ ଉପରେ ଏବେ ୨୮ ପ୍ରତିଶତ ଜିଏସଟି ଲାଗୁଛି ।  ଏଥିରୁ ରାଜ୍ୟ ସରକାର ୧୪ ପ୍ରତିଶତ ଏବଂ କେନ୍ଦ୍ର ସରକାର ୧୪ ପ୍ରତିଶତ ଟାକ୍ସ ନେଉଛନ୍ତି ।

ସବୁଠୁ ବଡ଼ କଥା ହେଉଛି ରାଜ୍ୟରେ ୨୦୧୩ ମସିହାରୁ ନିକୋଟିନ ଯୁକ୍ତ ଗୁଟକା ସାମଗ୍ରୀ ଉପରେ ବ୍ୟାନ ଲାଗିଛି । କିନ୍ତୁ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ଫଳରେ ବଜାରରେ ଅବାଧରେ ଗୁଟଖା ବିକ୍ରି ହେଉଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ବିଧାୟକ ଆକାଶ ଦାସନାୟକ । ବେଧଡକ ଭାବେ ଗୁଟଖା କାରବାର ହେଉଥିବା ମୁଖ ଗହ୍ୱର କର୍କଟ ବା ଓରାଲ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚଞ୍ଚକତା କରି ବଜାରରେ ଗୁଟଖା ବିକ୍ରି ହୋଇଥିବା କଥା ସେ କହିଛନ୍ତି । ଶିକ୍ଷାନୁଷ୍ଠାନ ବାହାରେ ଗୁଟଖା ବିକ୍ରି ହେଉଛି । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବାଚସ୍ପତିଙ୍କୁ ନିବେଦନ କରିଛନ୍ତି ବିଧାୟକ ଆକଶ ଦାସନାୟକ ।