କନକ ବ୍ୟୁରୋ: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନମାନିକୁ ବିରୋଧ । ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିଲେ ଦେବଗଡ଼ ବିଧାୟକ । ଦେବଗଡ଼ ବାରକୋଟ ବ୍ଲକ ବଲାଣୀ ଠାରେ ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଟୋଲପ୍ଲାଜା ସ୍ଥାପନ କରି ଅର୍ଥ ଅସୁଲିକୁ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ବିରୋଧ କରିଛନ୍ତି । ବିଧାୟକଙ୍କ ନେତୃତ୍ବରେ ଟୋଲ ପ୍ଲାଜା ସମ୍ମୁଖରେ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଧାରଣାରେ ବସିଛନ୍ତି ।
ପୂର୍ବରୁ ଜିଲ୍ଲାର ବଡକୁଦ ଠାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଟୋଲ ଆଦାୟ କରିଆସୁଛନ୍ତି । ଏହି ଟୋଲପ୍ଲାଜା ଠାରୁ ମାତ୍ର ୧୪ କିଲୋମିଟର ଦୂରରେ ପୁଣିଥରେ କିପରି ଟୋଲ ଆଦାୟ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଦେବଗଡ଼ ବିଧାୟକ । ଏନେଇ ସ୍ଥାନୀୟ ସାଂସଦଙ୍କ ସହ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ବିଧାୟକ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/07/SxPXQqRUIix0W7FfzE8Q.jpg)