ବିଜେଡିରେ ରହିଛି କି ବାହ୍ୟଶକ୍ତିର ପ୍ରଭାବ, ଚର୍ଚ୍ଚା ବଢ଼ାଇଲା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ

Advertisment

ଚର୍ଚ୍ଚା ବଢ଼ାଇଲା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ । କହିଲେ, ସୁପ୍ରିମୋଙ୍କ ନିଷ୍ପତ୍ତିକୁ ବଦଳାଇବା ସାହାସ କାହାର ନାହିଁ

ଚର୍ଚ୍ଚା ବଢ଼ାଇଲା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ । କହିଲେ, ସୁପ୍ରିମୋଙ୍କ ନିଷ୍ପତ୍ତିକୁ ବଦଳାଇବା ସାହାସ କାହାର ନାହିଁ

ବିଜେଡିରେ ବାହ୍ୟଶକ୍ତି ପ୍ରଭାବ?

ବିଜେଡିରେ ବାହ୍ୟଶକ୍ତି ପ୍ରଭାବ? Photograph: (kanakNews)

କନକ ବ୍ୟୁରୋ:  ବିଜେଡିରେ ରହିଛି କି ବାହ୍ୟଶକ୍ତିର ପ୍ରଭାବ ? ବରିଷ୍ଠ ବିଜେଡି ନେତା ତଥା ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଆଜି ଏଭଳି ସଙ୍ଗୀନ ମତ ଦେଇଛନ୍ତି । ୱାକଫ୍ ବିଲ୍‌କୁ ବିଜେଡି ସାଂସଦ ସସ୍ମିତ୍ ପାତ୍ର ରାଜ୍ୟସଭାରେ ସମର୍ଥନ କରିବା ପରେ ଦଳ ଭିତରେ ଏକପ୍ରକାର ବିଦ୍ରୋହ ଦେଖାଦେଇଛି । ଜଣେ ପରେ ଜଣେ ବରିଷ୍ଠ ନେତା ଗଣମାଧ୍ୟମରେ ମୁହଁ ଖୋଲୁଛନ୍ତି। ଆଜି ଭୂପିନ୍ଦର ସିଂଙ୍କ ପରେ ପ୍ରସନ୍ନ ଆଚାର୍ଯ୍ୟ ବୟାନ ଦେଇ ବିଜେଡିରେ ବାହ୍ୟଶକ୍ତିର ପ୍ରଭାବ ଥିବା କହିଛନ୍ତି ।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କୌଣସି ବାହ୍ୟ ଶକ୍ତି ଦ୍ଵାରା ନିଷ୍ପତ୍ତି ହେଲେ ଦଳ ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେଉଛି । ବାହ୍ୟ ଶକ୍ତି ଦ୍ଵାରା ନିଷ୍ପତ୍ତି ହେଉଥିବା କିଛି ନେତାଙ୍କର ସନ୍ଦେହ ହେଉଥିବା କହିଛନ୍ତି ପ୍ରସନ୍ନ। ତେବେ ସସ୍ମିତ ପାତ୍ରଙ୍କର ନିଷ୍ପତ୍ତି ନେବାର କ୍ଷମତା ନାହିଁ । ସେ ବିଦେଶ ଗସ୍ତରୁ ଫେରି ସ୍ପଷ୍ଟ କରିବା ପରେ ସବୁ କିଛି ଜଣାପଡିବ। କିନ୍ତୁ ନିଷ୍ପତ୍ତିର ପରିବର୍ତ୍ତନ କିଏ କଲା, ତାହା ଦଳର ନେତା, କର୍ମୀ ଓ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe