ତୃତୀୟ ଯୌନ ନିର୍ଯାତନା ମାମଲା, ବିଧାୟକ ମାମକୁଟାଥିଲଙ୍କୁ ଜାମିନ

Advertisment

ଅନ୍ୟ ଦୁଇଟି ଦୁଷ୍କର୍ମ ମାମଲାରେ କେରଳ ହାଇକୋର୍ଟ ଏବଂ ତିରୁଅନନ୍ତପୁରମସ୍ଥିତ ସେସନ୍ସ କୋର୍ଟ ବିଧାୟକଙ୍କୁ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିଥିଲା ।

ଅନ୍ୟ ଦୁଇଟି ଦୁଷ୍କର୍ମ ମାମଲାରେ କେରଳ ହାଇକୋର୍ଟ ଏବଂ ତିରୁଅନନ୍ତପୁରମସ୍ଥିତ ସେସନ୍ସ କୋର୍ଟ ବିଧାୟକଙ୍କୁ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିଥିଲା ।

28bbs_36_28012026_111

କନକ ବ୍ୟୁରୋ : କଂଗ୍ରେସର ବହିଷ୍କୃତ ବିଧାୟକ ରାହୁଲ ମାମକୁଟାଥିଲଙ୍କୁ ତୃତୀୟ ଯୌନ ନିର୍ୟାତନା ମାମଲାରେ ବୁଧବାର କେରଳର ଏକ କୋର୍ଟ ଜାମିନ ପ୍ରଦାନ କରିଛି। ଏହି ମାମଲାରେ ସେ ଚଳିତ ମାସ ଗିରଫ ହୋଇଥିଲେ। ମାମକୁଟାଥିଲଙ୍କୁ ପଥନମ୍‌ଥିତ୍ତ ଜିଲ୍ଲା କୋର୍ଟରୁ ଆଜି ଜାମିନ୍‌ ମିଳିଯାଇଛି । ଏହାପୂର୍ବରୁ ଏହି ମାମଲାରେ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ କଂଗ୍ରେସ ବିଧାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଥିବା ଦର୍ଶାଇ ଜାମିନ ପ୍ରଦାନ କରିନଥିଲେ । ଅନ୍ୟ ଦୁଇଟି ଦୁଷ୍କର୍ମ ମାମଲାରେ କେରଳ ହାଇକୋର୍ଟ ଏବଂ ତିରୁଅନନ୍ତପୁରମସ୍ଥିତ ସେସନ୍ସ କୋର୍ଟ ବିଧାୟକଙ୍କୁ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିଥିଲା ।

ଅଧିକ ପଢ଼ନ୍ତୁ : କେରଳ ପାଇଁ କଂଗ୍ରେସର ରଣନୀତି,  ଗୋଷ୍ଠୀ ବିବାଦ ଏଡ଼ାଇବା ଲାଗି କାହାକୁ କରିବନି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଜାନୁଆରି ୮ରେ କୋଟ୍ଟାୟମ ଜିଲ୍ଲାର ଜଣେ ମହିଳା ପଲକ୍କଡ଼ ବିଧାୟକଙ୍କ ବି‌ରୋଧରେ ଆଇପିସି ଧାରା ୩୭୬ (ଦୁଷ୍କର୍ମ) ଓ ୫୦୬ (୧) (ଧମକ) ଆଦି ଧାରାରେ ମାମଲା ରୁଜୁ କରିଥିଲା। ମାମକୁଟାଥିଲଙ୍କୁ ଜାନୁଆରି ୧୧ରେ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe