ଜଳୁଥିଲା ଜଙ୍ଗଲ ; ଗାଡିରୁ ଓହ୍ଲାଇ ନିଆଁ ଲିଭାଇଲେ ବିଧାୟକ

ଜଳୁଥିଲା ଜଙ୍ଗଲ । ନିଆଁ ଲିଭାଇବା ପାଇଁ ଗାଡିରୁ ଓହ୍ଲାଇ ଚାଲି ଆସିଲେ ବିଧାୟକ । ଦେବଗଡ଼ ସମରଖାଇ ଖସଡ଼ା ଜଙ୍ଗଲରେ ନିଆଁ ଲିଭାଇଲେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ।

MLA+

MLA+ Photograph: (KanakNews)

କନକ ବ୍ୟୁରୋ: ଦେବଗଡ଼ ବାରକୋଟ ବନାଞ୍ଚଳ ସମରଖାଇ ଖସଡ଼ା ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ନିଆଁ ଲିଭାଉଥିଲେ । ସେତେବେଳେ ସେହି ରାସ୍ତା ଦେଇ ଯାଉଥିଲେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ । ଏହାକୁ ଦେଖି ଯାଇ ନିଜେ ବିଧାୟକ କର୍ମଚାରୀଙ୍କ ସହିତ ମିଶି ନିଆଁ ଲିଭାଇଥିଲେ । ବିଧାୟକଙ୍କ ଏଭଳି ଉଦ୍ୟମକୁ ସବୁଠି ପ୍ରଶଂସା କରାଯାଉଛି । 

ଆଜି ଆଉ ଜଣେ ଅଧିକାରୀ, ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ମଧ୍ୟ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ତାଙ୍କୁ ପ୍ରଶଂସା କରାଯାଉଛି । ମନରେଗା କାମ ଚାଲିଥିବାବେଳେ କାମ ସ୍ଥାନରେ ପହଞ୍ଚିଥିଲେ । ସେଠାରେ ଶ୍ରମିକଙ୍କ ମନୋବଳ ବଢାଇବାକୁ ନିଜେ ବାହୁଙ୍ଗୀରେ ମାଟି ବୋହିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe